ସାପ କାମୁଡାରେ ୧ମୃତ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ବାଲିପାଟଣା ଗ୍ରାମର ଶ୍ରୀଚରଣ ନାୟକଙ୍କ ପୁଅ ଚନ୍ଦନ କୁମାର ନାୟକ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଏକ ବିଷଧର ସାପ ତାକୁ କାମୁଡି ଦେଇଥିଲା । ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ଆଣି ଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାକୁ ତାକୁ ନିଆଯାଇଥିଲା । ସେଠରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୃତ ଚନ୍ଦନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।


Next Post

କବି ନିରୁପମା ଦାସଙ୍କ “ନୀଳ ଲଫାପାର ଚିଠି”ଲୋକାର୍ପିତ

Mon Apr 1 , 2024
କେନ୍ଦ୍ରାପଡା,୧ା୪: କେନ୍ଦ୍ରାପଡା ଫ୍ରେଜର ସ୍କୁଲ ପରିସରରେ ସମ୍ବର୍ତକୀ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ କବି ନିରୁପମା ଦାସଙ୍କ ପୁସ୍ତକ “ନୀଳ ଲଫାପାର ଚିଠି” ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସରୋଜ କୁମାର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସ୍ତମ୍ବକାର ଅକ୍ଷୟ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ […]

You May Like