କବି ନିରୁପମା ଦାସଙ୍କ “ନୀଳ ଲଫାପାର ଚିଠି”ଲୋକାର୍ପିତ



କେନ୍ଦ୍ରାପଡା,୧ା୪: କେନ୍ଦ୍ରାପଡା ଫ୍ରେଜର ସ୍କୁଲ ପରିସରରେ ସମ୍ବର୍ତକୀ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ କବି ନିରୁପମା ଦାସଙ୍କ ପୁସ୍ତକ “ନୀଳ ଲଫାପାର ଚିଠି” ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସରୋଜ କୁମାର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସ୍ତମ୍ବକାର ଅକ୍ଷୟ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ମୈାସୁମୀ ସାହିତ୍ୟ ସଂସଦର ସମ୍ପାଦକ ଡ. ଶ୍ରୀଧର ସାମଲ ଓ ସମୀକ୍ଷକ ଭାବେ କବି ପ୍ରେମାନନ୍ଦ ଖଣ୍ଡୁଆଳ ପ୍ରମୁଖ ଯୋଗଦେଇ କବି ନିରୁପମା ଦାସଙ୍କ ରଚିତ ପୁସ୍ତକ “ନୀଳ ଲଫାପାର ଚିଠି”କୁ ଲୋକାର୍ପଣ କରିଥିଲେ । ଗୋଲଖ ସେଠୀ ଉଦଘାଟନୀ ସଂଗୀତ ଗାନ କରିଥିବା ବେଳେ ପଣ୍ଡିତ ପ୍ରତାପ କୁମାର ପତି ଅତିଥି ପରିଚୟ ପ୍ରଦାନ ଓ କବି ରାମକୃଷ୍ଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ କବି ଦେବାଶିଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଗବେଷକ ନିରଞ୍ଜନ ମେକାପ, ମନ୍ମଥନାଥ ବରାଳ, ଆରାଧନା ଦାଶ, ସ୍ୱପ୍ନାଂଶୁ ଦାସ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚିତ୍ରଶିଳ୍ପୀ ଅଜୟ ପଣ୍ଡା, ଅମର ପ୍ରସାଦ ରାଉତ, କବି ଅଶୋକ କୁମାର ସାହୁ,ଶ୍ରୀଧର କୁମାର ଭୋଳ, ମେଜର ଭରତ ଚନ୍ଦ୍ର ଜେନା, ଅର୍ଜ୍ଜୁନ କୁମାର ସ୍ୱାଇଁ, ଡ. ରତ୍ନାକର ମଲିକ,ଆଦିକନ୍ଦ ରାଉଳ, ରଞ୍ଜନ ବାଇ, ଅକ୍ଷୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading