ଦିନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ



କେନ୍ଦ୍ରାପଡ଼ା, ୧ା୪: ସ୍ଥାନୀୟ ଦିନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ଦିନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳର ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରବିନ୍ଦ୍ର କୁମାର ବଳ ଅଧ୍ୟକ୍ଷତା କରି ବରପୁତ୍ରମାନଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରି ଓଡିଆ ଭାଷା ଓ ସଂସ୍କୃତିର କିପରି ଅଗ୍ରଗତି ହେବ ସେ ବିଷୟରେ ମତ ରଖି ଏହି ଦିବସଟି ଓଡିଶାର ଏକ ସ୍ମରଣୀୟ ଦିବସ ଭାବେ ଓଡିଶାର ପୁରପଲ୍ଲୀରେ ମହାଆଡମ୍ବରରେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ । ଏହି ସଭାରେ ତିମିର କାନ୍ତ ପରିଜା, ଅବନି ରଞ୍ଜନ ନାୟକ, ରମେଶ ଚନ୍ଦ୍ର ପଲାଇ, ଇବ୍ରାର ଖାଁ, ରାମ ବାହାଦୂର ବିଶ୍ୱକର୍ମା, ତ୍ରିଲୋଚନ ପତ୍ରୀ ଓ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କର ଉପସ୍ଥିତିରେ ସଭାଟିକୁ ସାଫଲ୍ୟ ମଣ୍ଡିତ କରାଯାଇଥିଲା ।


Next Post

କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଗଣେଶ୍ୱର ବେହେରା

Tue Apr 2 , 2024
କେନ୍ଦ୍ରାପଡା ୨ ।୪: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସର ଇସ୍ତଫା ଦେଇଛନ୍ତି । ଏନେଇ ସେ ଏକ୍ସରେ ସୂଚନା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି ।ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ମୁଁ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି । କଂଗ୍ରେସ ଦଳ ମୋତେ ବିଧାୟକ ତଥା […]

You May Like