ଧ୍ରୁବ-ଅଂଶୁମାନଙ୍କ ଶକ୍ତି ପ୍ରଦର୍ଶନ : ବିଶାଳ ଶୋଭାଯାତ୍ରାରେ ଦୁଲୁକିଲା ପଟ୍ଟାମୁଣ୍ଡାଇ , ଭବ୍ୟ ସ୍ୱାଗତ ସହ କଲେ ଦିଅଁ ଦର୍ଶନ



ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମର୍ଯ୍ୟାଦା ଜନକ କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଭାବେ ଟାଣୁଆ ଯୁବନେତା ଅଂଶୁମାନ ମହାନ୍ତି ଓ ରାଜନଗର ବିଧାନସଭା ଆସନର ପ୍ରାର୍ଥୀ ଭାବେ ଅଭିଜ୍ଞ ବିଧାୟକ ଧ୍ରୁବ ସାହୁଙ୍କ ନାମ ଘୋଷଣା କରିବା ପରେ ପ୍ରଥମ ଥର ପାଇଁ ଉଭୟ ଅଂଶୁମାନ ଓ ଧ୍ରୁବ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଧାୟକ ପ୍ରତାପ ଜେନାଙ୍କ ସହିତ ମଙ୍ଗଳବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଅଂଚଳକୁ ଆସି ବିଭିନ୍ନ ଦେବୀଦେବ ଦର୍ଶନ କରିଛନ୍ତି । ହଜାର ହଜାର ବିଜେଡି କର୍ମୀ ବିଶାଳ ଶୋଭାଯାତ୍ରାରେ ଧ୍ରୁବ ଓ ଅଂଶୁମାନଙ୍କୁ ବିଭିନ୍ନ ଦେବାଦେବୀ ମନ୍ଦିରକୁ ପାଛୋଟି ନେଇ ସମଗ୍ର ପଟ୍ଟାମୁଣ୍ଡାଇକୁ ବସ୍ତୁତଃ ଦୁଲୁକାଇ ଦେଇଛନ୍ତି । ଧ୍ରୁବ ଓ ଅଂଶୁମାନଙ୍କ ମିଳିତ ବିଶାଳ ଶୋଭାଯାତ୍ରା ପରେ ପଟ୍ଟାମୁଣ୍ଡାଇର ରାଜନୈତିକ ବାତାବରଣ ସରଗରମ ହୋଇପଡିଛି । ଦେବୀଦେବ ଦର୍ଶନ ଅଳରେ ଧ୍ରୁବ ଓ ଅଂଶୁମାନ ଶକ୍ତି ପ୍ରଦର୍ଶନ କରିଛନ୍ତି ବୋଲି ମତପ୍ରକାଶ ପାଉଛି ।


ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମ ଭୂମି ତଥା ଅଣକଂଗ୍ରେସ ରାଜନୀତିର ଅଭେଦ୍ୟ ଦୂର୍ଗ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ କରି ପଟ୍ଟାମୁଣ୍ଡାଇ ଅଂଚଳ ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି । ତେବେ ଆଜି ସନ୍ଧ୍ୟାରେ ଦିଅଁ ଦର୍ଶନ ନାଁ ରେ ଧ୍ରୁବ ଓ ଅଂଶୁମାନ ଶକ୍ତି ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରତାପ ଜେନା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଆରତ ରଞ୍ଜନ ବିଶ୍ୱାଳ ସହିତ ଧ୍ରୁବ ଓ ଅଂଶୁମାନ ପଟ୍ଟାମୁଣ୍ଡାଇ ବାଇପାସ ବିଜୁ ପଟ୍ଟନାୟକ ଛକ ଠାରେ ପହଂଚିବା ପରେ ଖୋର୍ଦ୍ଧା ବିଜେଡି ପର୍ଯ୍ୟବେକ୍ଷକ ମିଟୁ ଦାଶ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ଜିଲ୍ଲା ଯୁବବିଜେଡି ସମ୍ପାଦକ ଅଶୋକ ଧଳ,ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ଯଦୁମଣି ଦାଶ, ପ୍ରଦୀପ ପ୍ରଧାନ, ନିମାଇ କର, ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ଅବିନାଶ ଲେଙ୍କା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାଉତ, ସନାତନ ବିଶ୍ୱାଳ ବ୍ରଜବନ୍ଧୁ ଦାଶ, କାଉନସିଲର ଗୋପୀବଲ୍ଲଭ ନାୟକ, ସ୍ୱରୁପା ନନ୍ଦ ସାମଲ ଓ ମଳୟ ଓଝା, ବ୍ଲକ ବିଜେଡି ଉପସଭାପତି ସୁବାଷ ଦାଶ ଓ ସୁରେନ୍ଦ୍ର ପଣ୍ଡା ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ସମର୍ଥକ ଓ ଜନସାଧାରଣ ବାଜା ବାଣ ସହ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରତାପ ଜେନାଙ୍କ ସହିତ ଧ୍ରୁବ ଓ ଅଂଶୁମାନ ବାଇପାସ ବିଜୁ ପଟ୍ଟନାୟକ ଛକରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ସମ୍ବିଧାନ ପ୍ରଣେତା ଭି ଆର ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ଏକ ବିଶାଳ ଶୋଭାଯାତ୍ରାରେ ବେଲତଳ ସିଦ୍ଧ ଭୋଳିବାବା ମଠକୁ ଦିଅଁ ଦର୍ଶନ କରିଥିଲେ । ପୋଖରୀଆପଡା ପତିତପାବନ ମନ୍ଦିରରେ ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ ସମ୍ପାଦକ ନରହରି ଲେଙ୍କା ଓ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଭବ୍ୟ ସ୍ୱାଗତ କରିବା ପରେ ନେତୃମଣ୍ଡଳୀ ପତିତପାବନଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ସେହିପରି ପୋଖରୀଆପଡା ହରପାର୍ବତୀ ମନ୍ଦିରରେ ମୁଖ୍ୟ ପୂଜକ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ପ୍ରତାପ ଧ୍ରୁବ ଓ ଅଂଶୁମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଦ୍ୱୟ ପ୍ରଭୁ ହରପାର୍ବତୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହା ପରେ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ଠାରେ ବଣିକ ସଂଘ ସଭାପତି ଗୋପୀନାଥ କର, ଉପସଭାପତି ମୋହନ ଦାସ, ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ ଓ ଉପଦେଷ୍ଟା କିରଣ କୁମାର ଭୂୟାଁ ଭବ୍ୟ ସ୍ୱାଗତ କରିଥିଲେ । ଏଠାରେ ପ୍ରଭୁ ଶ୍ରୀରାମ, ହନୁମାନଜୀଉ ଓ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଶେଷରେ ତନୁପୁର ଗ୍ରାମର ବିଭିନ୍ନ ଦେବଦେବୀ ମନ୍ଦିର, ବାଲିପଡ଼ା ହନୁମାନ ମନ୍ଦିର ଓ କଷଣଅଂଟା ଲକ୍ଷେଶ୍ୱର ମହାଦେବ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ତେବେ ମୋଟାମୋଟି ଭାବେ ଦିଅଁ ଦର୍ଶନ ନାଁ ଧ୍ରୁବ ଓ ଅଂଶୁମାନ ଶକ୍ତି ପ୍ରଦର୍ଶନ କରିଛନ୍ତି । ଧ୍ରୁବ ଓ ଅଂଶୁମାନଙ୍କ ମିଳିତ ବିଶାଳ ଶୋଭାଯାତ୍ରା ପରେ ପଟ୍ଟାମୁଣ୍ଡାଇର ରାଜନୈତିକ ବାତାବରଣ ସରଗରମ ହୋଇପଡିଛି ।


Discover more from

Subscribe now to keep reading and get access to the full archive.

Continue reading