କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ ଅତିଷ୍ଠ କରିଦେଉଛି । ଦିନରେ ତାତି ଓ ରାତିରେ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବାରୁ ବିଦ୍ୟୁତ୍‌ର ଆବଶ୍ୟକତା ବଢ଼ିଯାଇଛି । ହେଲେ ଏପରି ସମୟରେ ଦିନକୁ ୧୦ରୁ ୧୫ ଥର ବିଦ୍ୟୁତ୍ ବିଭ୍ରାଟ ଚିନ୍ତାର ବିଷୟ ହୋଇଥିବା ବେଳେ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଦ୍ୟୁତ ଉପଭୋକ୍ତା ୟୁନିୟନ ସଭାପତି ଭିମସେନ ପରିଡା, ଲଳିତ ଧଳ, […]

କେନ୍ଦ୍ରାପଡ଼ା, ୩ା୪: ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଇସ୍ତଫା ପ୍ରଦାନ କଂଗ୍ରେସ ଦଳ ପାଇଁ କିଛି ଫରକ ପଡିବନି ବୋଲି କହିଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ତଥା ରାଜ୍ୟ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ହଳଧର ସେଠୀ । ବୁଧବାର ଅପରାହ୍ନରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ରାଜ୍ୟ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ଶ୍ରୀ ସେଠୀ କହିଥିଲେ ଯେ ସେମାନେ ନିଜର […]

କେନ୍ଦ୍ରାପଡ଼ା, ତା ୦୩/୦୪: ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ଲହରୀ । ଏହାର ମୁକାବିଲା ପାଇଁ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୂନ୍ୟମୃତ୍ୟୁହାର ଉପରେ ଗୁରୁତ୍ୱ ଦେବା ସହ ଅଂଶୁଘାତର ସଫଳ ମୁକାବିଲା ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ କ’ଣସବୁ ପଦକ୍ଷେପ ନେଇଛନ୍ତି […]

କେନ୍ଦ୍ରାପଡ଼ା, ୩ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ଗ୍ରାମର ଅବିବାହିତା ଶିକ୍ଷୟତ୍ରୀ ଯମୁନା ସାମଲ(୫୫)ଙ୍କ ଆଜି ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ତାଙ୍କର ଦୁଇଟି ଚକ୍ଷୁକୁ ଦାନ କଲେ ସମ୍ପର୍କୀୟ । ଘଟଣାରୁ ପ୍ରକାଶ ଯେ ଯମୁନା ସାମଲ ଇଟିପୁର ପ୍ରାଇମେରୀ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରନ୍ତି । ଆଜି ସକାଳ ୧୧ଟା ବେଳେ ତାଙ୍କର ସହଯୋଗୀଙ୍କ ସହିତ ଏକ ସ୍କୁଟିରେ ସ୍କୁଲରୁ ଫେରିବା ବେଳେ […]

କେନ୍ଦ୍ରାପଡା ୩/୪ : ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ ସ୍ଥାନୀୟ ବାରଙ୍ଗେଇ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ପାଳନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ତଥା ଏପ୍ରିଲ ୯ ତାରିଖ ଦିନ ଅନୁଷ୍ଠାନ ପକ୍ଷରୁ ହିନ୍ଦୁ ନବବର୍ଷ ଯଥାରୀତି ପାଳନ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଏହି ଦିନ ବାରଙ୍ଗେଇ ଠାକୁରାଣୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ […]

କେନ୍ଦ୍ରାପଡା : ଚଳିତ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଅନନ୍ୟ ସଫଳତା ହାସଲ କରିଥିବା ଗୋଗୁଆ ଉ ପ୍ରା ବିଦ୍ୟାଳୟ ଛାତ୍ରୀ ସୁଲଗ୍ନା ସ୍ଥିତିପ୍ରଜ୍ଞାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଗୋଗୁଆ ସ୍କୁଲ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଏଥିରେ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ଭୋଇ, ସହକାରୀ ଶିକ୍ଷକ ପୁଷ୍ପରେଖା ରାଉତ ଶ୍ରୀଧର ସାହୁ, ପ୍ରମୋଦିନୀ ମିଶ୍ର ଓ […]

କେନ୍ଦ୍ରାପଡ଼ା, ୨/୪: ମାଧପୁରର ପୁନର୍ବାସ ଅନୁଷ୍ଠାନ ତରଫରୁ ବିଶ୍ୱ ଅଟିଜିମ୍‌(ସ୍ୱପରାୟଣତା) ଦିବସ ପାଳନ କରାଯାଇଛି । ମୁଖ୍ୟ ଉପଦେଷ୍ଟା କଥାକାର ଡକ୍ଟର ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୁପାଲି ପ୍ରିୟଦର୍ଶନୀ ନାୟକ, ଅକ୍ୟୁପେଶନାଲ୍ ଥେରାପିଷ୍ଟ ଗୁଞ୍ଜନ ସ୍ମିତା ବେହେରା, ଫିଜୋ ଥେରାପିଷ୍ଟ ରଚିତା ଜେନା, […]

କେନ୍ଦ୍ରାପଡ଼ା, ୨ା୪: ପୂର୍ବତନ ମନ୍ତ୍ରୀ, କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ମିଡିଆସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଗତ ପ୍ରାୟ ଏକମାସ ହେବ ଶ୍ରୀ ବେହେରାଙ୍କ ଦଳ ତ୍ୟାଗ ସମ୍ପର୍କରେ ବିଭିନ୍ନ ରୋଚକ ଖବର ପ୍ରକାଶ ପାଇ ଆସୁଥିଲା । ଶ୍ରୀ ବେହେରା କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା […]

  ଆଳିରୁ କୃଷ୍ଣଚନ୍ଦ୍ର, ପାଟକୁରାରୁ ତେଜେଶ୍ୱର ଓ ମହାକାଳପଡାରୁ ଦୁର୍ଗାପ୍ରସନ୍ନ ପ୍ରାର୍ଥୀ କେନ୍ଦ୍ରାପଡ଼ା, ୨ା୪: ସାଧାରଣ ନିର୍ବାଚନ ଆଉ ମାତ୍ର ଅଳ୍ପ ଦିନ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଉଛି । ସେହିଭଳି ଭାବେ ବିଜେପି ପକ୍ଷରୁ ରାଜ୍ୟର ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା ବେଳେ ସେଥିରେ କେନ୍ଦ୍ରାପଡା ଜିଲ୍ଲାର ୩ଟି ଆସନ ପାଇଁ […]