କେନ୍ଦ୍ରାପଡା : ଚଳିତ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଅନନ୍ୟ ସଫଳତା ହାସଲ କରିଥିବା ଗୋଗୁଆ ଉ ପ୍ରା ବିଦ୍ୟାଳୟ ଛାତ୍ରୀ ସୁଲଗ୍ନା ସ୍ଥିତିପ୍ରଜ୍ଞାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଗୋଗୁଆ ସ୍କୁଲ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଏଥିରେ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ଭୋଇ, ସହକାରୀ ଶିକ୍ଷକ ପୁଷ୍ପରେଖା ରାଉତ ଶ୍ରୀଧର ସାହୁ, ପ୍ରମୋଦିନୀ ମିଶ୍ର ଓ ଅକ୍ଷୟ ସେଠୀ ଯୋଗ ଦେଇ କୃତି ଛାତ୍ରୀ ସୁଲଗ୍ନା ସ୍ଥିତିପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପିତା ସତ୍ୟବ୍ରତ ପ୍ରସାଦ ଓ ମାତା ଶିକ୍ଷୟତ୍ରୀ ପ୍ରତ୍ୟୁଷା ଦେବଦର୍ଶନୀ ସାହୁଙ୍କୁ ସମ୍ମାନିତ କରିଥିଲେ । କୃତି ଛାତ୍ରୀ ସୁଲଗ୍ନା ସ୍ଥିତିପ୍ରଜ୍ଞାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।