କେନ୍ଦ୍ରାପଡା ବିଧାନସଭା ଯୁବ କଂଗ୍ରେସ ସଭାପତିଙ୍କ କଂଗ୍ରେସରୁ ଇସ୍ତଫା


କେନ୍ଦ୍ରାପଡ଼ା, ୫/୪:କେନ୍ଦ୍ରାପଡା ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ ଜାତୀୟ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କୁ ଇସ୍ତଫା ପତ୍ର ଶ୍ରୀ ସାମଲ ପଠାଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣରୁ ଜାତୀୟ କଂଗ୍ରେସ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ବୋଲି ଉଲ୍ଲେଖ କରିଛନ୍ତି । ଶ୍ରୀ ସାମଲ ୨୦୦୮ ମସିହାରେ ଚାନ୍ଦୋଳ କଲେଜ ଛାତ୍ର କଂଗ୍ରେସ ତରଫରୁ ସାଂସ୍କୃତିକ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ରାପଡା ଲୋକସଭା ସୋସିଆଲ ମେଡିଆ ସଂଯୋଜକ ଓ କେନ୍ଦ୍ରାପଡା ବିଧାନସଭା ଯୁବ କଂଗ୍ରେସ ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ ବୋଲି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କୁ ସମର୍ଥନ କରି ଏହି ଇସ୍ତଫା ଦେଇଛନ୍ତି ।


Next Post

ହାଇକୋର୍ଟରେ ହାଜର ହେଲେ କେନ୍ଦ୍ରାପଡା ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ

Fri Apr 5 , 2024
କେନ୍ଦ୍ରାପଡ଼ା, ୫/୪: ସ୍ଥିତିବାନ୍ ଜମିକୁ ଖୋଳି ନଦୀରେ ମିଶାଇବା ଘଟଣାରେ ରୁଜୁ ଅଦାଲତଙ୍କ ଆଦେଶ ଅବମାନନା ମାମଲାର ଶୁଣାଣି ଗୁରୁବାର ଉଚ୍ଚ ନ୍ୟାୟାଳୟରେ ହୋଇଥିଲା । କେନ୍ଦ୍ରାପଡା ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ବ୍ୟକ୍ତିଗତ ହାଜର ହୋଇ ଅଦାଲତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଏଥିସହ ୪ମାସ ମଧ୍ୟରେ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ବିଚାରପତି ବିଭୂ ପ୍ରସାଦ ରାଉତରାୟଙ୍କ ଅଦାଲତରେ ମାମଲାର ଶୁଣାଣି […]

You May Like