ହାଇକୋର୍ଟରେ ହାଜର ହେଲେ କେନ୍ଦ୍ରାପଡା ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ


କେନ୍ଦ୍ରାପଡ଼ା, ୫/୪: ସ୍ଥିତିବାନ୍ ଜମିକୁ ଖୋଳି ନଦୀରେ ମିଶାଇବା ଘଟଣାରେ ରୁଜୁ ଅଦାଲତଙ୍କ ଆଦେଶ ଅବମାନନା ମାମଲାର ଶୁଣାଣି ଗୁରୁବାର ଉଚ୍ଚ ନ୍ୟାୟାଳୟରେ ହୋଇଥିଲା । କେନ୍ଦ୍ରାପଡା ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ବ୍ୟକ୍ତିଗତ ହାଜର ହୋଇ ଅଦାଲତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଏଥିସହ ୪ମାସ ମଧ୍ୟରେ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ବିଚାରପତି ବିଭୂ ପ୍ରସାଦ ରାଉତରାୟଙ୍କ ଅଦାଲତରେ ମାମଲାର ଶୁଣାଣି ହୋଇଥିଲା । କେନ୍ଦ୍ରାପଡାରେ ଗୋବରୀ ନଦୀ ଖନନ ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାର ଜଣେ ବ୍ୟକ୍ତିଙ୍କ ସ୍ଥିତିବାନ୍ ଜମିକୁ ଖୋଳି ନଦୀରେ ମିଶାଇ ଦେଇଥିଲେ । ଏ ନେଇ ଜମି ମାଲିକ ଲକ୍ଷ୍ମୀକାନ୍ତ ନାୟକ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାସେ ମଧ୍ୟରେ ପଥର ପ୍ୟାକିଂ କରି ଉକ୍ତ ଜମିକୁ ପୋତିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ କର୍ତ୍ତୃପକ୍ଷ ଅଦାଲତଙ୍କ ଆଦେଶ ଅବମାନନା କରିବାରୁ ଆବେଦନକାରୀ ଆଦାଲତ ଅବମାନନା ମାମଲା ଦାୟର କରିଥିଲେ । ପଥର ପ୍ୟାକିଂରେ ବିଳମ୍ବ ହୋଇଥିବାରୁ ଏପ୍ରିଲ୍ ୪ରେ ନିର୍ବାହୀ ଯନ୍ତ୍ରୀଙ୍କୁ ବ୍ୟକ୍ତିଗତ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading