ସଞ୍ଜିବନୀ ବିଦ୍ୟାମନ୍ଦିରର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ


କେନ୍ଦ୍ରାପଡ଼ା, ୫/୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ମାରୁତିଛକ ନିକଟସ୍ଥ ସଞ୍ଜିବନୀ ବିଦ୍ୟାମନ୍ଦିରର ଚତୁର୍ଦ୍ଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନ୍ଧ ମୁକ ବଧିର ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଂଶୁ ଦାସ, ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର କର ଅତିଥି ରୂପେ ଯୋଗ ଦାନ କରି କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ସଭାରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପ୍ରବଚକ ମହେଶ ତ୍ରିପାଠୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଲେଖିକା ନବଜ୍ୟୋତି ରାୟ, ସମ୍ମାନୀୟ ଅତିଥିରୂପେ ଗୁଲନଗର ଗ୍ରା.ପ. ସରପଞ୍ଚ ସନ୍ଧ୍ୟାରାଣୀ ସାହୁ ଓ ବିଦ୍ୟାମନ୍ଦିର ଅଧ୍ୟକ୍ଷ ଚିତ୍ତରଞ୍ଜନ ଆଚାର୍ଯ୍ୟ ଯୋଗଦେଇଥିଲେ । ସର୍ବପ୍ରଥମେ ଖଗେଶ ଚନ୍ଦ୍ର କରଙ୍କ ଦ୍ୱାରା ବେଦ ମନ୍ତ୍ର ପାଠ ସହ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଗୁରୁମା ଗୌରୀ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ବିଦ୍ୟାମନ୍ଦିରର ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ତାଙ୍କ ଅଭିଭାଷଣରେ ଶିଶୁଙ୍କୁ ମଣିଷରେ ଗଠନ କରିବାରେ ମାଆମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସରପଞ୍ଚ ଶ୍ରୀମତୀ ସାହୁ ବିଦ୍ୟାଳୟ ଓ ଆଜିର ଦିବସର ତାତ୍ପର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ପିଲାର ବ୍ୟବହାର, ଶିକ୍ଷା, ସଂସ୍କାର ସମ୍ବନ୍ଧରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଅନୁଷ୍ଠାନର ସମ୍ପାଦକ ନିର୍ମଳ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମନୋରମା ସାହୁଙ୍କୁ ଆଦର୍ଶ ମାତା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଆଦର୍ଶ ଶିକ୍ଷକ ପୁରସ୍କାର ସ୍ୱର୍ଗତ ପ୍ରମିଳା ସାହୁଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ସ୍ମାରକୀ ଟ୍ରଫି ଓ ପୁରସ୍କାର ରାଶି ରାଜକିଶୋର ସାହୁଙ୍କୁୁ ପ୍ରଦାନ କରାଯାଇଥିଲା । ଗୁରୁମା ରତ୍ନମଣୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସୁଶ୍ରୀ ନିତୁଶ୍ରୀ ଦାସ ଓ ଆଦ୍ୟାଶା ଦାସ ମଞ୍ଚ ପରିଚାଳନା କରିଥିଲେ । ପରିଚାଳନା କମିଟିର ଉପସଭାପତି କୁଳମଣୀ ନାୟକ, କୋଷାଧ୍ୟକ୍ଷ ଅଚ୍ୟୁତ ସେଠୀ ଉପସ୍ଥିତ ଥିଲେ । ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading