ଶାନ୍ତିଲତା ବାରିକ ଛୋଟରାୟଙ୍କୁ ଗଭୀର ଶ୍ରଦ୍ଧାଞଳି



କେନ୍ଦ୍ରାପଡା,୬ା୪: ଅପରାହ୍ନରେ ବାରୁଅସ୍ଥିତ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନର ଅକ୍ଷୟ ମହାନ୍ତି କକ୍ଷରେ ଓଡିଆ ଭକ୍ତି ସଂଗୀତ ଜଗତର ପ୍ରଥିତଯଶା କଣ୍ଠଶିଳ୍ପୀ ଭଜନ ସାମ୍ରାଜ୍ଞୀ ସ୍ୱର୍ଗୀୟା ଶାନ୍ତିଲତା ବାରିକ ଛୋଟରାୟଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ସଂଗୀତ ନିଦ୍ଦେର୍ଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପାଣି, ମୁଖ୍ୟବକ୍ତା ଭାବେ ପଣ୍ଡିତ ପଦ୍ମନାଭ ଦାଶ, ସମ୍ମାନୀତ ଅତିଥି ଭାବେ ସମବାୟବିତ ସୁଶୀଲ କୁମାର ସାମଲ, ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ସଭାପତି ନିରଞ୍ଜନ ପରିଡା ଏବଂ ଉପସଭାପତି ହରିଶ୍ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତା ଶାନ୍ତିଲତାଙ୍କ କାଳଜୟୀ ଭଜନ, ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଏକନିଷ୍ଠ ଭକ୍ତିଭାବ ଏବଂ ନିରଳସ ସଂଗୀତ ସାଧନା ସମ୍ପର୍କରେ ଅୋଲାଚନା କରିବା ସହିତ ଗଭୀର ଶ୍ରଦ୍ଧାଞଳି ଜ୍ଞାପନ କରିଥିଲେ । ଆରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ, ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ସହିତ ଅମର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାଥର୍ନା କରାଯାଇଥିଲା । ରୂପାଲି ସୂତାର, ଭାଗ୍ୟଲକ୍ଷ୍ମୀ ପରିଡା ଏବଂ ରାଜଲକ୍ଷ୍ମୀ ପରିଡା ଶ୍ରଦ୍ଧାଞ୍ଜଳି ସଂଗୀତ ଗାଇଥିଲେ । ଗୀତିକାର ବିମଳ ପରିଡା ସ୍ୱାଗତ ଭାଷଣ, ଅତିଥିମାନଙ୍କ ପରିଚୟ ପ୍ରଦାନ ଏବଂ ସ୍ମୃତିଚାରଣ କରିବା ସହିତ ପୂଜ୍ୟପୂଜାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, ଗ୍ରାମ୍ୟ ଉନ୍ନୟନ ସାଂସ୍କୃତିକ ଯୁବ ସଂଗଠନର ସଂପାଦକ ଚିତ୍ତରଞ୍ଜନ ପ୍ରଧାନ, ନାଟ୍ୟ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ସଂଗୀତଜ୍ଞ ବିଷ୍ଣୁଚରଣ ବାରିକ, ଅଭିନେତା ଦିଲ୍ଲୀପ ବାରିକ, କେଦାର ସ୍ୱାଇଁ, ନୃତ୍ୟଶିଳ୍ପୀ ଶ୍ରାବଣୀ ସେଠୀ, କଣ୍ଠଶିଳ୍ପୀ ସୁରେନ୍ଦ୍ର ରାଉତ, ସ୍ୱେଚ୍ଛାସେବୀ ଜୀବନ ପ୍ରଦୀପ ଜେନା ପ୍ରମୁଖ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, କାର୍ଯ୍ୟକ୍ରମ ନିଷ୍ପାଦିକା ସୁଶ୍ରୀ ସଂଗୀତା ଜେନା, ନିର୍ଦ୍ଦେଶକ ବିଶ୍ୱଜିତ ପରିଡା, ଦିବ୍ୟଜ୍ୟୋତି ପରିଡା ଏବଂ ପ୍ରଭାତ ବେହେରା କାର୍ଯ୍ୟକ୍ରମ ସଞ୍ଚାଳନରେ ସହାୟତା କରିଥିଲେ । ଉପସ୍ଥିତ ଶିଳ୍ପୀମାନେ ସ୍ୱର୍ଗତା ଶାନ୍ତିଲତାଙ୍କ ହେ ଚକା ନୟନ, ବାଲିରେଣୁ ମହାବନ୍ଧ, ମୋ ପ୍ରଭୁ ଜଗନ୍ନାଥ ଇତ୍ୟାଦି ଭଜନ ଗାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading