କାଳବୈଶାଖୀ ପ୍ରଭାବରେ ଝିପିଝିପି ବର୍ଷା, ତାତିରୁ ଆଶ୍ୱସ୍ତି


କିଛିଦିନ ଧରି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରଚଣ୍ଡ ଖରା, ତତଲା ପବନ ଓ ଗୁଳୁଗୁଳରେ ଲୋକେ ଛଟପଟ ହେଉଥିବା ବେଳେ ରବିବାର ଅପରାହ୍ନରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରବିବାର ଅପରାହ୍ନରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝିପିଝିପି ବର୍ଷା ହେବାରୁ ପାଣିପାଗରେ ସାମାନ୍ୟ ପରିବର୍ତନ ଦେଖାଦେଇଛି । ପଟ୍ଟାମୁଣ୍ଡାଇ ସହର ସମେତ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ଆଣିଛି । ବର୍ଷା ଯୋଗୁଁ ବହୁ ସ୍ଥାନରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । ଆଗାମୀ ଦୁଇ ଦିନ ଯାଏଁ ବର୍ଷା ରାଜ୍ୟର କିଛି ସ୍ଥାନରେ ହେବାର ସମ୍ଭାବନା ଅଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୮ ତାରିଖରେ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି । ଓଡିଶା ଉପକୂଳ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିଥିବାରୁ ମେଘୁଆ ପାଗ ସହିତ ବର୍ଷା ହେଉଛି । ରବିବାର ପୂର୍ବାହ୍ନ ସୁଦ୍ଧା ପଟ୍ଟାମୁଣ୍ଡାଇ ଅଂଚଳରେ ତାପମାତ୍ରା ପାଖାପାଖି ୩୭/୩୮ ରହିଥିବା ବେଳେ ସଂନ୍ଧ୍ୟା ବେଳେ ୩୨ ଡିଗ୍ରୀରେ ରହିଛି । ଚଳିତ ମାସ ୪ ରୁ ୬ ତାରିଖ ମଧ୍ୟରେ ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା । ଏହି ଅସହ୍ୟ ତାତି ଓ ଗୁଳୁଗୁଳି ପରେ ଆଜି ଝିପିଝିପି ବର୍ଷା ହେବାରୁ ପାଣିପାଗରେ ସାମାନ୍ୟ ପରିବର୍ତନ ହେବାରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।


Next Post

ଏମ୍‌ସିସି ଉଲ୍ଲଂଘନ ଉପରେ କଡ଼ା ନଜର ରଖିଛି ସି-ଭିଜିଲ୍ ଆପ୍‌

Sun Apr 7 , 2024
କେନ୍ଦ୍ରାପଡ଼ା, ତା ୦୭/୦୪: ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଉପରେ କଡ଼ା ନଜର ରଖିଛି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ସି-ଭିଜିଲ୍ ସିଟିଜେନ୍ ଆପ୍ । ଏହି ଆପ୍ ସହାୟତାରେ ନିର୍ବାଚନ ଆୟୋଗ ସାରା ଦେଶରେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ମାମଲା ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିଛନ୍ତି । ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏଦ୍‌ଯାବତ କେନ୍ଦ୍ରାପଡ଼ା ଜିଲ୍ଲାରେ ୫୫ଟି ଉଲ୍ଲଂଘନ ଅଭିଯୋଗ ଆସିଛି […]

KANIKA