ନାବାଳିକା ଝିଅର ମୃତ୍ୟୁକୁ ନେଇ ଗ୍ରାମରେ ଉତେଜନା , ଆସାମିକୁ ଗିରଫ ଦାବି କଲେ ଗ୍ରାମବାସୀ


କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ ମିଜାଉଁଣୀ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ମା ଛେଉଣ୍ଡ ଝିଅ ସୁଚିତ୍ରା ସ୍ୱାଇଁ (୧୧)କୁ ତାଙ୍କ ଦାଦା ପିଟି ପିଟି ମାରିଦେଇଥିବା ନେଇ ଗ୍ରାମବାସୀ ନାବାଳିକା ଝିଅର ମୃତ ଦେହ ଗାଁ ରାସ୍ତା ରଖି ରାସ୍ତା ଅବରୋଧ କରିବା ସହିତ ୫୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ତୁରନ୍ତ ଆସାମିକୁ ଗିରଫ କରିବାକୁ ଦାବୀ କରିଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ବଡପଡା ପଂଚାୟତ ମିଜାଉଁଣୀ ଗ୍ରାମର ସୋଭାଗ୍ୟ ସ୍ୱାଇଁଙ୍କ ପତ୍ନୀ ମୃତ ପରେ ତିନି ଝିଅ ଓ ଗୋଟିଏ ପୁଅ ଗାଁରେ ରହିଆସୁଛନ୍ତି । ସୋଭାଗ୍ୟ ବାହାର ରଜ୍ୟରେ କାମକରି ପରିବାର ପ୍ରତିପୋଷଣ କରନ୍ତି । ମାତ୍ର ସୋମବାର ସକାଳୁୁ ସୋଭାଗ୍ୟଙ୍କ ବାପା ତ୍ରିଲୋଚନ ସ୍ୱାଇଁ ମଝିଆଁ ଝିଅ ସୁଚିତ୍ରାଙ୍କୁ ସଜ୍ଞାହିନ ଅବସ୍ଥାରେ ପଟ୍ଟାମୁଣ୍ଡାଇ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତ୍ରିଲୋଚନ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ନାତୁଣି ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ବୋଲି ଆଇଆଇସି ପଦ୍ମାଳୟା ପ୍ରଧାନ କହିଛନ୍ତି । ଥାନା ପୋଲିସ ଶବ ବେବଛେଦ କାରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଗାଁକୁ ଶବ ଆଶିବା ପରେ ଗାଁର ଲୋକେ ମାଛେଉଁଣ୍ଡ ୧୧ ବର୍ଷର ଝିଅ ଗୁଡି (ସୁଚିତ୍ରା)ର ମୃତ ଦେହ ରାସ୍ତାରେ ରଖି ରାସ୍ତା ଅବରୋଧ କରିବା ସହିତ ସୁଚିତ୍ରାଙ୍କୁ ତାଙ୍କ ଦାଦା କୌଣସି କାରଣ ନେଇ ପିଟିପିଟି ମାରି ସକାଳୁ ସକାଳୁ ଫେରାର ହୋଇଯାଇବା ଗ୍ରାମବାସୀ ସନ୍ଦେହ କରି ଥାନାରେ ଅଭିଯୋଗ କରିବା ସହିତ ଆସାମିକୁ ଗିରଫ କାରାଯାଉ ବୋଲି ଥାନା ଆଗରେ ରୁଣ୍ଡ ହୋଇ ଜଣାଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading