ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ହେଲେ ଆଇନଜୀବୀ ବିଧୁଭୂଷଣ


କେନ୍ଦ୍ରାପଡ଼ା, ୧୧ା୪: ଚଳିତ ସାଧାରଣ ନିର୍ବାଚନ ପାଇଁ ଗଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିରେ କେନ୍ଦ୍ରାପଡ଼ା ଜିଲ୍ଲା ଓବିସିସେଲ୍‌ର ପ୍ରାକ୍ତନ ସଭାପତି, ରାଜ୍ୟ ମାଟି ବାଲି ଓ ପାଣି ସୁରକ୍ଷା ସମିତିର ଆବାହକ ତଥା ଆଇନଜୀବୀ ବିଧୁଭୂଷଣ ମହାପାତ୍ର ସଦସ୍ୟ ଭାବରେ ମନୋନିତ ହୋଇଛନ୍ତି । ଏହି କମିଟିରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଶ୍ରୀ ମହାପାତ୍ର ଏକମାତ୍ର କଂଗ୍ରେସ ନେତା ଭାବେ ସ୍ଥାନ ପାଇଥିବାରୁ ନିଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ କେ.ସି. ବେଣୁ ଗୋପାଳଙ୍କୁ କୃତଜ୍ଞତା ଜଣାଇବା ସହିତ ଏଆଇସିସିର ଅ୍ମକ୍ଷ ମଲ୍ଲିକାର୍ଜୁୁନ ଖଡ଼ଗେ, ଉପସଭାପତି ରାହୁଳ ଗାନ୍ଧି, ସୋନିଆ ଗାନ୍ଧି, ଡକ୍ଟର ଅଜୟ କୁମାର, ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ଭକ୍ତ ଚରଣ ଦାସ, ବିଜୟ ପଟ୍ଟନାୟକ, ଓ ନବଜ୍ୟୋତି ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading