+୩ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା


କେନ୍ଦ୍ରାପଡ଼ା, ୧୧ା୪: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ, ଅଧ୍ୟାପକ ଡ଼. ରାମାନାଥ ମହାନ୍ତି, ଡ଼. ପ୍ରଭାକର ମଲିକ, ରେବତୀ କର, ଶିକ୍ଷା ବିଭାଗର ଅଧ୍ୟାପିକା ରତ୍ନମଞ୍ଜରୀ ଦାସଙ୍କ ସହ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ଶେଷ ବର୍ଷର ଛାତ୍ରଛାତ୍ରୀମାନେ କିଭଳି ଏକ ସୁନ୍ଦର ଭାବିଷ୍ୟତ ଗଠନ କରିପାରିବେ ସେ ସମ୍ପର୍କରେ ବିଭିନ୍ନ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ଶେଷ ବର୍ଷର ଛାତ୍ରଛାତ୍ରୀ ବିତାଇଥିବା ଦିନଗୁଡିକରେ ସେମାନେ କଲେଜ ଓ ବିଭାଗ ସମ୍ପର୍କରେ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଭାଗର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମମତା ରାଉତ, ଓମପ୍ରକାଶ ସାହୁ, ପୁଷ୍ପା ସାହୁ, ଲିପି ମହାରଣା, ସ୍ୱାତି ରାଉତ, ମାନସ ପରିଡା, ନାଜିଆ ଫିରଦୋଷ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଦାୟୀ ଛାତ୍ରଛାତ୍ରୀଙ୍କ ଦୀର୍ଘ ଓ ସୁସ୍ଥ ନିରାମୟ ଜୀବନ ପାଇଁ ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଗୋଟିଏ ସୁନ୍ଦର ଉପହାର ପ୍ରଦାନ କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading