ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ବୈଠକ



ପଟ୍ଟାମୁଣ୍ଡାଇ – ତୃଣ ମୂଳ ସ୍ତରରେ ସଂଗଠନକୁ ମଜବୁତ କରି ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ବିଜେପି ଦଳକୁ କଡା ମୁକାବିଲା କରିବା ପାଇଁ ରେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ଧନେଶ୍ୱର ଦାସଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାଶ,ଜିଲ୍ଲା ପଛୁଆବର୍ଗ ଅଧକ୍ଷ ମଳୟ ଦାସ, ଜିଲ୍ଲା ଯୁବକଂଗ୍ରେସ ପ୍ରାକ୍ତନ ସଭାପତି ସତ୍ୟପ୍ରିୟ ସାମଲ,ଅଖିଳ ଭାରତ ଯୁବକଂଗ୍ରେସ ସମ୍ପାଦକ ସମ୍ରାଟ ଜେନା,ଜିଲ୍ଲା ଦଳିତ ସେଲ ସଭାପତି ସର୍ବେଶ୍ୱର ସେଠୀ,ରବି ନାରାୟଣ ମିଶ୍ର, ପ୍ରଭାତ ସେଠୀ, ଅଜୟ ବାଇ, ଦିଲ୍ଲୀପ ସେଠୀ, ତପନ ପାତ୍ର,ବୈଷ୍ଣବ ବାଇ, ଅଶ୍ୱିନୀ ପାତ୍ର, ଆଲୋକ ସେଠୀ, ଅମୂଲ୍ୟ ମଲିକ,ରଞ୍ଜନ ଦାସ, ବାବୁ ମଲିକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ଓ ଧନେଶ୍ୱର ଦାସଙ୍କୁ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ଓ ଦିଲ୍ଲୀପ ସେଠୀଙ୍କୁ ନଗର କଂଗ୍ରେସ ସଭାପତି କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇ ପି ସି ସି ଅନୁମୋଦନ ପାଇଁ ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading