ମହାବିଷୁବ ସଂକ୍ରାନ୍ତି ପାଳିତ



କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଓଡ଼ିଆ ନୂଆ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ସମାରୋହରେ ପାଳିତ ହୋଇଯାଇଛି । ଉତିକଣ ଅଂଚଳର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଚନ୍ଦ୍ରମଉଳି, ପଟ୍ଟାମୁଣ୍ଡାଇ ଶ୍ରୀରାମମନ୍ଦିର ପୋଖରୀଆପଡା ହରପାର୍ବତୀ ମନ୍ଦିର, ପତିତପାବନ ମନ୍ଦିର, ବେଲତଳ ଭୋଳିବାବା ମଠ, ପଟ୍ଟାମୁଣ୍ଡାଇ ରାଧାରମଣ ମଠ, କଷଣଅଂଟା ଲକ୍ଷେଶ୍ୱର ମହାଦେବ ମନ୍ଦିର ଆଦି ବିଭିନ୍ନ ଦେବାଦେବୀ ମନ୍ଦିରରେ ପ୍ରତ୍ୟୁଷରୁ ଠାକୁରଙ୍କୁ ପୂଜା ର୍ଚନା କରାଯାଇଥିଲା । ପ୍ରତ୍ୟେକ ଦେବାଦେବୀ ମନ୍ଦିରରେ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ଼ ଲାଗି ରହିଥିଲା । ଭକ୍ତମାନେ ଠାକୁର ଦର୍ଶନ କରି ମକର ଚାଉଳ ଭୋଗ ପାଇବା ସହିତ ପଣା ପିଇ ଥିଲେ । ନିର୍ବାଚନ ବର୍ଷ ଥିବାରୁ ବିଭିନ୍ନ ଦେବା ଦେବୀ ମନ୍ଦିରରେ ରାଜନେତାଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଭିନ୍ନ ଦେବାଦେବୀ ମନ୍ଦିର ଯାଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଜନସାଧାରଣଙ୍କୁ ନୂତନ ଓଡ଼ିଆ ବର୍ଷର ଅଭିନନ୍ଦନ ଜ୍ଞାପନ କରିଥିଲେ । ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନୂଆ ବର୍ଷ ଉପଲକ୍ଷେ ରାଜନଗର ବିଧାୟକ ଧ୍ରୁବ ସାହୁ ବିଜେଡିକର୍ମକର୍ତା ମନଙ୍କ ସହ ବାଇପାସ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଓଡ଼ିଆ ନୂଆ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଇଁ ଜନସାଧାରଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading