ପୁର୍ବତନ ସୈନିକ ସଂଘ ପରିବାର ଜଳଛତ୍ର କାର୍ଯ୍ୟକ୍ରମ



କେନ୍ଦ୍ରାପଡା ୧୪/୪ – ପୁର୍ବତନ ସୈନିକ ସଂଘ ପରିବାର ତରଫରୁ ପଣା ସଂକ୍ରାନ୍ତି ଉପଲକ୍ଷେ ସକାଳ ୮ ଘଟିକା ସମୟରେ ତିନିମୁହାଣୀ ଛକ ସ୍ଥିତ ଅମର ଯବାନ ସ୍ତମ୍ଭ ପରିସରରେ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁଙ୍କ ତତ୍ୱାବଧାନ ରେ କାର୍ଯ୍ୟ କ୍ରମକୁ ଶୁଭାରମ୍ଭ କରାଯାଇଥିଲା । ଏଥିରେ ସଂମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, କ୍ୟାପଟେନ ଅଭୟ କୁମାର ଲେଙ୍କା, ସୁଶାନ୍ତ କୁମାର ସ୍ୱାଇଁ, ଅକ୍ଷୟ କୁମାର ସାହୁ, ଗୌରାଙ୍ଗ ଚରଣ ପ୍ରଧାନ, ଅମର ଦାସ, ପ୍ରଭାତ ରାଉତ, ଅଞ୍ଜନ ପରିଡା, ସୁବେଦାର ବିଚିତ୍ର କୁମାର ନାୟକ, କୈବଲ୍ୟ ବେଦାନ୍ତ, ବ୍ରଜସୁନ୍ଦର ବିଶ୍ୱାଳ, ବିଶ୍ୱରଂଜନ ପଟନାୟକ, ପ୍ରଫୁଲ୍ଲ ଉପଧ୍ୟାୟ, ସୁବେଦାର ପ୍ରଦୀପ କୁମାର ସାହୁ,ସମାଜସେବୀ ରଂଜିତ ସିଂ ଏବଂ ଦି ଟୋଟାଲ ଫିଟନେସ ଅଫ ଷ୍ଟ୍ରେସ ମ୍ୟାନେଜମେଣ୍ଟର ଛାତ୍ରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୦୦୦ରୁ ଅଧିକ ଲୋକଙ୍କୁ ଜଳ, ସରବତ ଦହି, ନମକିନ, ମିଠା ସରବତ ପୁର୍ବତନ ସୈନିକ ସଂଘ ପରିବାର ତରଫରୁ ବିତରଣ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading