ପ୍ରବଳ ଖରାରେ ଶ୍ରମିକଙ୍କୁ କାମନକରାଇବାକୁ ନିର୍ଦେଶ


କେନ୍ଦ୍ରାପଡ଼ା, ୧୫ା୪:ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରବଳ ଖରାରେ ଶ୍ରମିକମାମଙ୍କୁ କାମ ନକରାଇବାକୁ କଡାକଡି ଭାବେ ବାରଣ କରାଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ଏନେଇ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କଡା ନିର୍ଦେଶ ମିଳିଛି । ଏହି ସମୟ ମଧ୍ୟରେ ବାହାରେ ଶ୍ରମିକମାନଙ୍କୁ କାମକରାଇଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଗ୍ରହଣ କରାଯିବାକୁ ନିର୍ଦେଶ ଦିଆଯାଇଛି ।


Next Post

ବ୍ରିଜ୍ ତଳକୁ ବସ୍ ଖସି 5 ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ,ମୃତକଙ୍କ ପରିବାର ପାଇଁ 3 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା

Tue Apr 16 , 2024
ଯାଜପୁର କୁଆଖିଆ ବାରବାଟୀ ଛକଠାରେ ଏକ ବଡ଼ ଧରଣର ବସ୍‌ ଦୁର୍ଘଟଣା ଘଟିଛି। ଏନଏଚ-16ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଯାତ୍ରୀବାହୀ ବସ୍‌ ଖସିପଡିଛି। ଏଥିରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 40 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ରହିଛନ୍ତି। ବସରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ଧର୍ମଶାଳା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତଙ୍କୁ ଯାଜପୁର ଏବଂ […]

You May Like