ବ୍ରିଜ୍ ତଳକୁ ବସ୍ ଖସି 5 ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ,ମୃତକଙ୍କ ପରିବାର ପାଇଁ 3 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା


ଯାଜପୁର କୁଆଖିଆ ବାରବାଟୀ ଛକଠାରେ ଏକ ବଡ଼ ଧରଣର ବସ୍‌ ଦୁର୍ଘଟଣା ଘଟିଛି। ଏନଏଚ-16ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଯାତ୍ରୀବାହୀ ବସ୍‌ ଖସିପଡିଛି। ଏଥିରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 40 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ରହିଛନ୍ତି। ବସରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ଧର୍ମଶାଳା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତଙ୍କୁ ଯାଜପୁର ଏବଂ କଟକ ହସ୍ପିଟାଲକୁ ପଠାଯାଇ କିକିତ୍ସା କର ଯାଉଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବସ୍‌ରେ 50ରୁ 60 ଜଣ ଯାତ୍ରୀ ଥିଲେ। ବସ୍‌ଟି ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading