ସ୍ୱନକ୍ଷତ୍ର ଦିବସ ପାଳିତ



କେନ୍ଦ୍ରାପଡ଼ା, ୧୬ା୪: ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା ଶ୍ୟାମସୁନ୍ଦରପୁର ପଞ୍ଚାୟତସ୍ଥିତ ପୁରୁଷୋତ୍ତମପୁର ଗ୍ରାମର ବିଶିଷ୍ଟ ପ୍ରବଚକ ତଥା ଅବସରପ୍ରାପ୍ତ ଶିକ୍ଷକ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥଙ୍କ ଧର୍ମପତ୍ନୀ ରୁକ୍ମଣୀ ରଥଙ୍କର ୭୧ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପଣ୍ଡିତ କଳ୍ପତରୁ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ସେଥିରେ ମୁଖ୍ୟ ଅତିଥି ଭାବେ ବଳଦେବ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଅନାଦୀ ଚରଣ ମାହାଳି, ସମ୍ମାନୀତ ଅତିଥିଭାବେ କ୍ଷୀରୋଦ କୁମାର ସେନାପତି, ଶୁକଦେବ ଜେନା, ସଚ୍ଚିଦାନନ୍ଦ ଦାଶ ଗୋସ୍ୱାମୀ, ସାମ୍ବାଦିକ ବିଜୟ କୁଅଁର, ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ କଳ୍ପତରୁ ଦାଶ, ସାମ୍ବାଦିକ ବିଜୟ କୁଅଁର ପ୍ରମୁଖ ଯୋଗଦେଇ ଶ୍ରୀମତୀ ରଥଙ୍କର ଦୀର୍ଘାୟୁ କାମନା କରିବା ସହିତ ପ୍ରଭୁ ବଳଦେବଜୀୟୁଙ୍କ ନିକଟରେ ଦୀର୍ଘ, ସୁସ୍ଥ, ନିରାମୟ, ଜୀବନ କାମନା କରିଥିଲେ । ଏହି ଅବସରରେ ବାରୋସ୍ଥିତ ଭାବଗ୍ରାହୀ କଳା ନିକେତନ ତରଫରୁ ଭଜନ ପରିବେଷଣ କରାଯାଇଥିଲା । ଏଥିରେ କଣ୍ଠଶିଳ୍ପୀ ରବିନ୍ଦ୍ର ନାଥ ମିଶ୍ର, ବିମଳ ପରିଡ଼ା, ସାଗାରିକା ପଣ୍ଡା, କ୍ଷୀରୋଦ କୁମାର ନାଥ ପ୍ରମୁଖ ଭଜନ ପରିବେଷଣ କରିଥିବାବେଳେ ବାଦ୍ୟଯନ୍ତ୍ରରେ ଅମୃତ କୁମାର ଓ ଅଞ୍ଜନ କୁମାର ଅଂଶଗ୍ରହଣ କରିଥିଲେ । ମାନସ କୁମାର ରଥ, ଦୀପକ ରଥ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶ୍ରୀ ରଥଙ୍କ ପୁତ୍ର ଦିନେଶ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading