କେନ୍ଦ୍ରାପଡ଼ା, ୧୬ା୪: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ବିରସ୍ୱତୀ ଗ୍ରାମର ନାରାୟଣ ମଳିକଙ୍କ ପତ୍ନୀ ଅମ୍ବିକା ମଳିକ(୫୨) ତାଙ୍କ ବିଲକୁ ମୁଗ ଉପାଡିବାକୁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୫ଟା ସମୟରେ ବଜ୍ରପାତ ହେବାରୁ ଅମ୍ବିକା ବିଲରେ ଟଳି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।