ସାନ୍ତସାହି ଶିରିଡିସାଇ ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ



କେନ୍ଦ୍ରାପଡ଼ା, ୧୭ା୪: କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ଶିରିଡି ସାଇ ମନ୍ଦିରରେ ଶିରିଡିସାଇ ସେବାସଂସ୍ଥା ଆନୁକୂଲ୍ୟରେ ଶ୍ରୀରାମ ନବମୀ ଓ ବାବାଙ୍କ ଚବାଡି ଶୋଭାଯାତ୍ରା ମହାସମାରୋହରେ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୬ଟାରେ ମଙ୍ଗଳ ଆରତୀ କରାଯାଇ ବାବାଙ୍କୁ ସ୍ନାନ କରାଯିବା ପରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ପରେ କଳସ ଶୋଭାଯାତ୍ରା ଓ ପାରାୟଣ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଶିରିଡି ସାଇବାବାଙ୍କ ଫଟୋଚିତ୍ରକୁ ଏକ ସୁଶୋଭିତ ବିମାନରେ ବସାଇ ଚବାଡି ଶୋଭାଯାତ୍ରାରେ ସାନ୍ତସାହିସ୍ଥିତ ବାବାଙ୍କ ମନ୍ଦିରରୁ ବାହାରି ସହର ମଧ୍ୟଦେଇ ମଢିଆଳ, ପୁରୁଣାବସଷ୍ଟାଣ୍ଡ, ବଡହାଟ, କାକଟ, ନୂଆ ବସଷ୍ଟାଣ୍ଡ ଦେଇ ପୁନର୍ବାର କାକଟ , ମୀରପାଟଣା, ନସଡିପୁର ଓ ସାନ୍ତସାହି ପୋଲଦେଇ ସହର ପରିକ୍ରମା ପୂର୍ବକ ବାବାଙ୍କ ମନ୍ଦିରରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ବାବାଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading