ଜଳଛତ୍ର କାର୍ଯ୍ୟକ୍ରମ



କେନ୍ଦ୍ରାପଡା ୧୮/୪- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ନବମୀ ଉପଲକ୍ଷେ ଯୁବ ସ୍ୱାଭିମାନ ଗ୍ରୁପ, କେନ୍ଦ୍ରାପଡା ପକ୍ଷରୁ ଗୋପଛକ ଠାରେ ଅନ୍ୟୁନ ଦେଢ଼ ହଜାର ଲୋକଙ୍କ ପାଇଁ ଦହି ପଣାର ଆୟୋଜନ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଅସହ୍ୟ ଗୁଳୁଗୁଳି ରେ ଯୁବ ସ୍ୱାଭିମାନର ବନ୍ଧୁ ମାନେ ଗୋପଛକ ଠାରେ ସମସ୍ତ ବାଟୋଇ ମାନଙ୍କୁ ଦହି ପଣା ଆବଣ୍ଟନ କରିଥିଲେ । ଏବଂ ଅପରାହ୍ନ ୫ ଘଟିକା ସମୟରେ ଯୁବ ସ୍ୱାଭିମାନ ଗ୍ରୁପ ତରଫରୁ ସଡ଼କ ଦୁର୍ଘଟଣାରେ ମୃତ ବଗଡା ଗ୍ରାମପଞ୍ଚୟତ, କଚେରିପଡ଼ା ଗ୍ରାମର ତପନ ମଲିକ ଙ୍କ ପୁତ୍ର ଲକ୍ଷ୍ମୀଧର ମଲିକ(ବାବୁ), ବୟସ- ୨୯, ଙ୍କ ଅସହାୟ ସ୍ତ୍ରୀ ଏବଂ ତିନୋଟି ଛୋଟ ଛୋଟ ପିଲାଙ୍କୁ ନଗଦ ୨୫ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ସହଯୋଗ କରିଥିବା ଯୁବ ସ୍ୱାଭିମାନ ସଂଗଠନର ସମସ୍ତ ବନ୍ଧୁ ମାନଙ୍କୁ ସାଧୁବାଦ । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସଙ୍ଗଠନର ସଭାପତି ସ୍ମୃତି ରଞ୍ଜନ ଜେନା (ସିପୁନ), ଉପ ସଭାପତି ବିପିନି ବେହେରା, କୋଷାଧ୍ୟକ୍ଷ ସୁରେଶ କୁମାର ପୃଷ୍ଟି, ସମ୍ପାଦକ ମନୋଜ କୁମାର ଓଝା, ମୁଖ୍ୟ ଉପଦେଷ୍ଟା ଆଦିକନ୍ଦ ରାଉଳ, ପ୍ରତାପ କୁମାର ନାୟକ, ଜୟପ୍ରକାଶ ସ୍ୱାଇଁ, ସନତ କୁମାର ନାୟକ, ଦିପ୍ତିରଞ୍ଜନ ଦାସ, ଭାବଗ୍ରାହୀ ଦାସ, ରମାକାନ୍ତ ମହାନ୍ତି, ଦେବପ୍ରକାଶ ଖୁଣ୍ଟିଆ, ଅମରେନ୍ଦ୍ର ଦାସ, ସାରଦା ପ୍ରସାଦ ରାଉତ, ସ୍ନେହାଶିସ ସ୍ୱାଇଁ, ମାନସ ରଞ୍ଜନ ପ୍ରଧାନ, ମନୋଜ କୁମାର ସାହୁ, ଅକ୍ଷୟ କୁମାର ବିଶ୍ୱାଳ, କାହ୍ନୁ ମଲ୍ଲିକ, ସନ୍ଦୀପ ଦାସ, ପ୍ରକାଶ ସ୍ୱାଇଁ, ରୁଦ୍ର ସ୍ୱାଇଁ ଏବଂ ଅନ୍ୟ ସାଥି ମାନେ ଯୋଗଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading