କେନ୍ଦ୍ରାପଡା ପୈାରସଂସ୍ଥାରେ ଆବାସ ଯୋଜନାରେ ନିର୍ମିତ ଗୃହ ମିଳୁନଥିବା ଅଭିଯୋଗ



କେନ୍ଦ୍ରାପଡ଼ା, ୧୮ା୪: କେନ୍ଦ୍ରାପଡା ପୈାରସଂସ୍ଥାରେ ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଗୃହ ମିଳୁନଥିବା ନେଇ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ପୈାରାଞ୍ଚଳ ଅଧିନ ୧୬ନମ୍ବର ୱାର୍ଡରେ ଦୁଇଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । କିନ୍ତୁ ସେହି ଦୁଇଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ୩ଟି କିସ୍ତିରେ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଏବେ ସେହି ନିର୍ମାଣ କରାଯାଇଥିବା ଗୃହ ଦୁଇଟି ମିଳୁନଥିବା ନେଇ ଅଭିଯୋଗ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଉଭୟ ହିତାଧିକାରୀଙ୍କୁ ଯେଉଁ ପ୍ଲଟରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ବର୍ତ୍ତମାନ ସେହି ପ୍ଲଟ ଉପରେ କୈାଣସି ଗୃହ ନଥିବା ଅଭିଯୋଗ ହୋଇଛି । କିନ୍ତୁ ସଂପୃକ୍ତ ଆବାସ ଯୋଜନାର ସେହି ହିତାଧିକାରୀ ଦ୍ୱୟଙ୍କୁ ୩ଟି କିସ୍ତିରେ ଅର୍ଥ ପ୍ରଦାନ କରାଯାଇଛି । ଏହି ଆବାସ ହିତାଧିକାରୀଙ୍କୁ କିଭଳି ଭାବେ ଉପଯୁକ୍ତ ତଦାରଖ ବିନା ୩ଟି କିସ୍ତି ରେ ଅର୍ଥ ପ୍ରଦାନ କରାଗଲା ତାହା ସନ୍ଦେହ ସୃଷ୍ଟି କରିଛି । ପୈାରସଂସ୍ଥାରେ ଆବାସ ଯୋଜନାରେ ଏଭଳି ଆହୁରି ଅଧିକ ଦୁର୍ନୀତି ହୋଇଥାଇ ପାରେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ପୈାରନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କରଙ୍କୁ ପଚରାଯିବାରେ ସେ କହିଥିଲେ ଯେ ଏସମ୍ପର୍କରେ ଅଭିଯୋଗ ପାଇବା ପରେ ପୈାରସଂସ୍ଥାର ଏମଇ ଓ ଅମିନଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତି କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ।


Discover more from

Subscribe now to keep reading and get access to the full archive.

Continue reading