ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ


ଭୁବନେଶ୍ୱର, କେନ୍ଦ୍ରାପଡା ୧୯-୪: ବିଜେଡିରେ ଯୋଗ ଦେଲେ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତିଷ୍ଟାତା ତଥା ବରିଷ୍ଠ ଭାଜପାନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ଏମ୍‌ପି ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶ୍ରୀ ସ୍ଵାଇଁ ବିଜେଡ଼ିରେ ଯୋଗଦେଇଛନ୍ତି ।

ବିଜେଡିକୁ ଫେରିବା ପରେ ଶ୍ରୀ ସ୍ଵାଇଁ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଜୀବନ ସାରା ବିଜୁ ବାବୁଙ୍କ ଆଦର୍ଶରେ କାମ କରିଛି। ଯେଉଁଠି ଥିଲେ ବି ମାନସିକ ସ୍ତରରେ ନବୀନଙ୍କ ସହ ଥିଲି । ଭାଜପା ପ୍ରତି ବିତୃଷ୍ଣା ହୋଇ ଦଳ ଛାଡିଲି । ବିଜେଡିର ସଂଗଠନକୁ ସୁଦୃଢ଼ କରିବାକୁ କାମ କରିବି। ୧୯୭୨ରୁ ବିଜୁ ବାବୁଙ୍କ ଅନୁଗାମୀ ହୋଇ ପଟ୍ଟାମୁଣ୍ଡାଇରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଜନତା ଦଳର ପ୍ରଥମ ଜିଲା ସଭାପତି ଥିଲେ । ସେହିପରି ବିଜୁ ଜନତା ଦଳର ପ୍ରଥମ କେନ୍ଦ୍ରାପଡ଼ା ଜିଲା ସଭାପତି ମଧ୍ୟ ଥିଲେ । ଏହାପରେ ଭାଜପାରେ ମିଶି ୨୦୦୯ରେ ରାଜନଗର ଆସନରୁ ଭାଜପା ଟିକେଟରେ ଲଢ଼ିଥିଲେ । ଏବେ ପୁଣି ସେ ବିଜେଡିକୁ ଫେରିଛନ୍ତି ।


Next Post

ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ପୂଜ୍ୟପୂଜା ଓ ସମ୍ମାନ ସମାରୋହ

Fri Apr 19 , 2024
କେନ୍ଦ୍ରାପଡା,୧୯/୪ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସୁପୁର ସ୍ଥିତ ମା’ ବାସନ୍ତୀ ଦୁର୍ଗା ପୂଜା ପ୍ରାଙ୍ଗଣରେ ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ତଥା ସେବା ଅନୁଷ୍ଠାନ “ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ’, ର ୪୫ତମ ବାର୍ଷିକ ପୂଜ୍ୟପୂଜା ପ୍ରତିଭା ସମ୍ମାନ ସମାରୋହ ଆନୁଷ୍ଠାନିକ ଭାବେ ସମ୍ପର୍ଣ୍ଣ ହୋଇଛି । ଉକ୍ତ ଉତ୍ସବରେ ଟ୍ରଷ୍ଟର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରି ସଭାର ଉଦ୍ଦ୍ୟେଶ ସମ୍ବଦ୍ଧରେ ଆଲୋକପାତ କରିଥିଲେ । […]

You May Like