କେନ୍ଦ୍ରାପଡା,୧୯/୪ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସୁପୁର ସ୍ଥିତ ମା’ ବାସନ୍ତୀ ଦୁର୍ଗା ପୂଜା ପ୍ରାଙ୍ଗଣରେ ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ତଥା ସେବା ଅନୁଷ୍ଠାନ “ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ’, ର ୪୫ତମ ବାର୍ଷିକ ପୂଜ୍ୟପୂଜା ପ୍ରତିଭା ସମ୍ମାନ ସମାରୋହ ଆନୁଷ୍ଠାନିକ ଭାବେ ସମ୍ପର୍ଣ୍ଣ ହୋଇଛି । ଉକ୍ତ ଉତ୍ସବରେ ଟ୍ରଷ୍ଟର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରି ସଭାର ଉଦ୍ଦ୍ୟେଶ ସମ୍ବଦ୍ଧରେ ଆଲୋକପାତ କରିଥିଲେ । ଉକ୍ତ ସଭାର ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପ୍ରବୀଣ ଶିକ୍ଷାବିତ ତଥା କେନ୍ଦ୍ରାପଡା ବିକାଶ ପରିଷଦର ସଭାପତି ପ୍ରାଧ୍ୟାପକ ଅଜୟ କୁମାର ସାମଲ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଟ୍ରଷ୍ଟର ସମସ୍ତ ସାମାଜିକ ଓ ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଟ୍ରଷ୍ଟର ଚେୟାରମ୍ୟାନ ସମାଜସେବୀ ଭଗବାନ ବିଶ୍ୱାଳ ଯୋଗଦାନ କରି ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ସାମାଜିକ ଓ ସେବା କାର୍ଯ୍ୟର ବିଭିନ୍ନ ଦିଗ ସମ୍ଭନ୍ଧରେ ଆଲୋକପାତ କରି କେନ୍ଦ୍ରାପଡା ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବାକୁ ବଜ୍ର ଶପଥ ନେଇ ଥିଲେ ଏବଂ ଗ୍ରାମର ସମସ୍ତ ଝିଅ ଓ ବିବାହିତା ଝିଆଣି ମାନଙ୍କୁ ଏକତ୍ରିତ କରି ଏକାଠି କରାଯାଇଥିଲା ଓ ଭଉଣୀଚାରର ଉତ୍ସର୍ବ ପାଳନ ହୋଇଥିଲା । ପ୍ରତିବର୍ଷ ଭଳି ଟ୍ରଷ୍ଟ ସାମାଜିକ ସେବା ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ର ଯଥା ସାହିତ୍ୟ, ସଂସ୍କୃତି, ସମାଜସେବା, କଳା, ସଂଗୀତ, ବିଜ୍ଞାନ ଏବଂ କ୍ରୀଡା କ୍ଷେତ୍ରର ବିକାଶ ପାଇଁ ପୂଜ୍ୟପୂଜା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଦିବ୍ୟାଙ୍ଗ ମାନଙ୍କର ନିରନ୍ତର ସେବା ନିମନ୍ତେ କେନ୍ଦ୍ରାପଡା ଅଗ୍ରଣୀ ସେବା ଅନୁଷ୍ଠାନ ‘ପୁନଃବାସକୁ କେନ୍ଦ୍ରାପଡା ରତ୍ନ’ ସମ୍ମାନରେ ସମ୍ମାନିତ କରିବା ସହିତ ମାନପତ୍ର, ଟ୍ରଫି, ଏବଂ ଦଶହଜାର ଟଙ୍କାର ଆର୍ôଥକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ‘କେନ୍ଦ୍ରାପଡା ବରପୁତ୍ର’ ଭାବେ ବିଶିଷ୍ଟ ଆଇନଜିବୀ ବିଚିତ୍ରାନନ୍ଦ ମହାନ୍ତି ଓ ସଙ୍ଗିତ ନିର୍ଦ୍ଧେଶକ ପ୍ରେମ ଆନନ୍ଦଙ୍କୁ ପ୍ରଦାନ କରାଯାଇଥିଲା । “କେନ୍ଦ୍ରାପଡା ଗୌରବ’ ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଏବଂ ଗବେଶକ ଡଃ ନିଳମଣୀ ଲେଙ୍କା, ବିଶିଷ୍ଟ କବି ଓ ଶିକ୍ଷାବିତ ଡଃ ଆଲୋକ କୁମାର ରାୟ, ପ୍ରଦାର୍ଥ ବିଜ୍ଞାନ ଗବେଷକ ଏବଂ ପ୍ରାଧ୍ୟାପକ ଡ଼ଃ ପ୍ରଭାତ ରଞ୍ଜନ ଲେଙ୍କା, କବୟତ୍ରୀ ତୁହିନା ମିଶ୍ର, ସମାଜ ସେବା ଓ ମହିଳା ସଶକ୍ତିକରଣ ନିମନ୍ତେ ଉପମା କୁମାରୀ ବିଶ୍ୱାଳ, ସାମ୍ବାଦିକତା କ୍ଷେତ୍ରରେ ପରେଶ ଚନ୍ଦ୍ର ଦାଶ, କ୍ରୀଡାବିତ ଏବଂ ଯୋଗ ଗୁରୁ ଭରତ କୁମାର ସାହୁଙ୍କୁ ଉପତୌକନ, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସୁରେଶ ଚନ୍ଦ୍ର ଦାସଙ୍କୁ “କେନ୍ଦ୍ରାପଡା ଶିଳ୍ପିକଳା’ ସମ୍ମାନ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ରାଜନେତା ଏବଂ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ଭଗବାନ ବିଶ୍ୱାଳଙ୍କ ମାନବବାଦୀ ଚିନ୍ତାଧାରାକୁ ଶତ ପ୍ରଶଂସା କରି ଟ୍ରଷ୍ଟର ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାନ ବିଶ୍ୱାଳ, ଦୀପ୍ତି ରଞ୍ଜନ ବିଶ୍ୱାଳ, ଜ୍ୟୋତିର୍ମୟ ଦାସ, ସଞ୍ଜୟ କୁମାର ଜେନା, ବୈଲୋଚନ ବିଶ୍ୱାଳ, ପ୍ରମୋଦ ବିଶ୍ୱାଳ ଏବଂ ଅଶୋକ ବିଶ୍ୱାଳ ପ୍ରଭୃତି ସହାୟତା ପ୍ରଦାନ କରିଥିଲେ । ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ସଭ୍ୟ କେଶବ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଟ୍ରଷ୍ଟର ସଂଯୋଜକ ଅଧ୍ୟାପକ ଡକ୍ଟର ହିମାଂଶୁ ପରିଡା ସଭାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
Posted inଆସନ୍ତୁ ଭାବିବା ରାଜ୍ୟ
ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ପୂଜ୍ୟପୂଜା ଓ ସମ୍ମାନ ସମାରୋହ
