ଦଳ ମଧ୍ୟରୁ ପ୍ରାର୍ଥୀ କରାନଗଲେ ଭୋଟ ଦେବୁନି-କଂଗ୍ରେସକର୍ମୀ


କେନ୍ଦ୍ରାପଡ଼ା, ୧୯ା୪: କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀମାନେ ଏବେ କହିଲେଣି ଯେ ଆଗାମୀ ସାଧାରଣ ନିର୍ବାଚନରେ ବିଧାୟକ ପଦବୀରେ ଦଳ ମଧ୍ୟରୁ ପ୍ରାର୍ଥୀ କରାନଗଲେ ସେମାନେ ଆଉ ଆମଦାନୀ ନେତାଙ୍କୁ ଭୋଟ ଦେବେନାହିଁ । ଅନ୍ୟ ଦଳରୁ ଆମଦାନୀ ହୋଇଥିବା ତଥା ଏହି ଜିଲ୍ଲାର ଭୋଟର ହୋଇନଥିବା କୈାଣସି ନେତାଙ୍କୁ ଯଦି ଚଳିତ ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରାର୍ଥୀ କରାଯାଏ ତେବେ ସେମାନେ ସେହି ପ୍ରାର୍ଥୀଙ୍କ ସପକ୍ଷରେ କେଭବେବି ମତଦାନ କରିବେ ନାହିଁ ବୋଲି ଦଳୀୟ କର୍ମୀମାନେ କହିଛନ୍ତି । କାରଣ ଅନ୍ୟ ଦଳରୁ ଯେଉଁମାନେ ଆସି କଂଗ୍ରେସ ଦଳରେ ପ୍ରାର୍ଥୀ ହେବେ ସେମାନେ ବିଜୟଲାଭ କରିବା ପରେ ସେମାନଙ୍କ ଲୋକଙ୍କୁ ପ୍ରାଥମିକତା ପ୍ରଦାନ କରିବେ କିନ୍ତୁ କଂଗ୍ରେସ ଦଳରେ ଦୀର୍ଘ ବର୍ଷ ଧରି ପଡି ରହିଥିବା କର୍ମୀମାନଙ୍କ କଥା ଶୁଣିବେ ନାହିଁ । କଂଗ୍ରେସ ଦଳରେ ଦୀର୍ଘଦିନ ଧରି ପଡିରହି କର୍ମୀ ଓ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଆସୁଥିବା ନେତାଙ୍କ କଥା ଦଳ ଭୁଲିଯିବା ଉଚିତ ନୁହେଁ । ଯେଉଁ ନେତା ବା କର୍ମୀ ଦୁର୍ଦ୍ଦିନରେ ଦଳରେ ପଡିରହି ଦଳୀୟ କାର୍ଯ୍ୟ କରି ଦଳର ସଂଗଠନକୁ ସୁଦୃଢ କରିଛି ଏବଂ ଅନ୍ୟ ଦଳର ସମସ୍ତ ପ୍ରଲୋଭନକୁ ଏଡାଇ ଆସିଛି ସେଭଳି ନେତା ବା କର୍ମୀଙ୍କୁ କଂଗ୍ରେସ ଦଳ ଉପେକ୍ଷା କରି ଆମଦାନୀ ନେତାଙ୍କୁ ପ୍ରାର୍ଥୀ କଲେ ଫଳ ଓଲଟା ହେବା ସୁନିଶ୍ଚିତ ବୋଲି କର୍ମୀମାନେ ଦଳର ନେତୃତ୍ୱଙ୍କୁ ଚେତାଇ ଦେଇଛନ୍ତି । ଅନ୍ୟପକ୍ଷରେ ଅନ୍ୟ ଦଳରେ ନିଜର ଦକ୍ଷତା ଓ ପାରିବାପଣିଆ ହରାଇ ସାରିଥିବା ଏବଂ ସେମାନଙ୍କ ସପକ୍ଷରେ ଜନମତ ନଥିବାରୁ ଅନ୍ୟଦଳ ଗୁଡିକ ସେହି ନେତାଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରିବାରୁ ନିବୃତ୍ତ ରହିଛି । ତେଣୁ ସେମାନେ କେବଳ ନିଜର ସ୍ୱାର୍ଥରକ୍ଷା ନିମନ୍ତେ ଦଳ ଛାଡି କଂଗ୍ରେସ ଦଳକୁ ଚାଲି ଆସୁଛନ୍ତି । ଏଭଳି ପରିସ୍ଥିତିରେ ସେହି ଉପେକ୍ଷିତ ନେତୃତ୍ୱଙ୍କୁ କଂଗ୍ରେସ ଦଳ ଯଦି ଚଳିତ ନିର୍ବାଚନରେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରେ ତେବେ ସେମାନଙ୍କୁ କଂଗ୍ରେସ ଦଳର ପୁରୁଖା କର୍ମୀମାନେ ଭୋଟ ଦେବେ ନାହିଁ ବୋଲି କହିବା ସହିତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିରୋଧ ଆରମ୍ଭ କରିଦେଲେଣି । ଯଦି କଂଗ୍ରେସ ଦଳ ଏସବୁ ଜାଣିବି ସେହିମାନଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରେ ତେବେ ପରାଜୟର ଦ୍ୱାରଦେଶରେ ଏବେଠୁ ଛିଡା ହେବାକୁ ଦଳ ପ୍ରସ୍ତୁତ ହୋଇଯାଉ ବୋଲି ଦଳର ପୁରୁଖା କର୍ମୀମାନେ କହି ବୁଲିଲେଣି ।


Discover more from

Subscribe now to keep reading and get access to the full archive.

Continue reading