ବିଜେଡିରେ ମିଶିଲେ ବିଜୟ କେତନ ସ୍ୱାଇଁ , ନବୀନଙ୍କୁ ଭେଟି ଆଶୀର୍ବାଦ ନେଲେ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ଆସନର ପୂର୍ବତନ ବିଜେପି ପ୍ରାର୍ଥୀ, ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତିଷ୍ଠାତା ବାର୍ଷିଆନ ନେତା ବିଜୟକେତନ ସ୍ୱାଇଁ ଶୁକ୍ରବାର ବିଜେପି ଛାଡି ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡିରେ ଅନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ । ଶଙ୍ଖ ଭବନରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପୂର୍ବତନମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ରାଜନଗର ବିଧାୟକ ଧ୍ରୁବ ସାହୁ ଓ ରାଜ୍ୟ ବିଜେଡି ପର୍ଯ୍ୟବେକ୍ଷକ ଡ଼ ପ୍ରିୟବ୍ରତ ମାଝୀ ବିଜୟଙ୍କୁ ଶଙ୍ଖ ଉତରୀୟ ପ୍ରଦାନ କରି ଦଳରେ ସାମିଲ କରିଥିଲେ । ବିଜୟଙ୍କ ସହିତ ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ଜୟନ୍ତ ମଲ୍ଲିକ, ଅଣ୍ଢରା ନାୟବ ସରପଂଚ ବାବାଜୀ ମଲିକ, ପୂର୍ବତନ ନାୟବ ସରପଂଚ ପ୍ରଶାନ୍ତ ଜେନା,ଗଗନ ମହାଳିକ,ଜ୍ୟୋତିର୍ମୟୀ ବିଶ୍ୱାଳ ଦଳିତ ସଂଘ ଜିଲ୍ଲା ସମ୍ପାଦକ ଶାନ୍ତନୁ ଦାସ, ଗାଙ୍ଗପଡା ସରପଂଚ ଅଶ୍ୱିନୀ ପାତ୍ର, ସମିତି ସଭ୍ୟା ସନ୍ଧ୍ୟାରାଣୀ ସେଠୀ, ନାୟବ ସରପଂଚ ମୌସୁମୀ ପରିଡା, ବାରୋ ସରପଂଚ ଗୋପୀନାଥ ମଲିକ, ସାନମାଣତିଆ ପୂର୍ବତନ ସରପଂଚ ଜୟପ୍ରକାଶ ଗିରି, ପଳସିଂହା ପୂର୍ବତନ ସମିତି ସଭ୍ୟ ଏମ ଡି ନିଆତ, ବଡ଼ମୂଳବସନ୍ତ ସରପଂଚ ସନ୍ତୋଷ ସେଠୀ, ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ଆବାହକ ପ୍ରଫେସର ଉମେଶ ପରିଡା ଓ ନଗର ବିଜେପି ଉପସଭାପତି ଦିବ୍ୟକାନ୍ତ ବିଶ୍ୱାଳ ପ୍ରମୁଖ ବିଜେଡିରେ ସାମିଲ ହୋଇଥିଲେ । ଶଙ୍ଖ ଭବନରେ ମିଶ୍ରଣ ପର୍ବ ପରେ ସନ୍ଧ୍ୟାରେ ବିଜୟ କେତନ ରାଜନଗର ବିଧାୟକ ଧ୍ରୁବ ସାହୁ ଓ ରାଜ୍ୟ ବିଜେଡି ମୁଖପାତ୍ର ଡ଼ ପ୍ରିୟବ୍ରତ ମାଝୀଙ୍କ ସହିତ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବୀନ ଓଡ଼ିଆ ଅଧକ୍ଷ କାର୍ତିକ ପାଣ୍ଡିଆନଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିବା ବିଜୟ କେତନ ନବେ ଦଶକରେ ତତ୍କାଳୀନ ଜନତା ଦଳ ସଭାପତି ଓ ବିଜେଡି ଗଠନ ଆରମ୍ଭରେ ଜିଲ୍ଲା ବିଜେଡି ସଭାପତି ଭାବେ କାର୍ଯ୍ୟ କରି ନିଜର ସାଙ୍ଗଠନିକ ଦକ୍ଷତା ଓ ରାଜନୈତିକ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ପଟ୍ଟାମୁଣ୍ଡାଇ କୋର୍ଟ, ହସ୍ପିଟାଲ ଓ ସବଡିଭିଜନ ଆଦି ଦାବୀ ନେଇ ବିଜୟ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସିଛନ୍ତି । ବିଜେଡିରେ ଯୋଗ ଦେବା ପରେ ବରିଷ୍ଠ ନେତା ଶ୍ରୀ ସ୍ୱାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କର୍ମଭୂମି କେନ୍ଦ୍ରାପଡ଼ାରେ ବିଜେଡି ଲୋକସଭା ଆସନ ସହିତ ସମସ୍ତ ବିଧାନସଭା ଆସନରେ ବିପୁଳ ବିଜୟ ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading