କେନ୍ଦ୍ରାପଡା ୨୧/୪- ତେଣ୍ଡାକୁଡା ପଞ୍ଚାୟତର ସାନନୟନ ପୁର ଗ୍ରାମରେ ହନୁମାନଜୀଉଙ୍କ ଦ୍ୱାଦଶତମ ବାର୍ଷିକ ଜନ୍ମୋସ୍ଥବ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ହନୁମାନ ଜୟନ୍ତୀ ଉପଲକ୍ଷେ ସକାଳୁ ଗ୍ରାମବାସୀଙ୍କ ଦ୍ୱାରା କଳସୀଯାତ୍ରା କରାଯାଇଥିଲା । ପଣ୍ଡିତ ବିଷ୍ଣୁ ଚରଣ ପତିଙ୍କ ଦ୍ୱାରା ହନୁମାନଙ୍କ ମହାସ୍ନାନ, ଅଭିଷେକ ଓ ଷୋଡଶ ଉପଚାର ପୂଜନ କାର୍ଯ୍ୟ କରାଯାଇଥିଲା । ଏହି ପୂଜା ଉତ୍ସବରେ ଜଗବନ୍ଧୁ ଦଳାଇ ଓ ବିଜୟଲଷ୍ମୀ ଦଳାଇ କର୍ତ୍ତା ଓ କର୍ତ୍ତୀ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଉପଲକ୍ଷେ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦର ରାମାୟଣୀ ପଣ୍ଡିତ ଅଭୟ ଦାଶଙ୍କ ପୌରୋହିତ୍ୟ ରେ ଗ୍ରାମବାସୀଙ୍କ ଦ୍ୱାରା ୧୦୮ ହନୁମାନ ଚାଳିଶା ପାଠ କରା ଯାଇଥିଲା । ଶତାଧିକ ଶ୍ରଦ୍ଧାଳୁ ଏହି ଧର୍ମୀୟ କାର୍ଯ୍ୟରେ ହନୁମାନଙ୍କ କୃପା ଲାଭ କରିଥିଲେ । ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଦହିପଣା ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଜୟବଜରଙ୍ଗ ବାଲି କ୍ଲବର ସମସ୍ତ ସଭ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।