ଗୁଲନଗର ବୁଢାଗୋବିନ୍ଦଜୀୟୁଙ୍କ ଜମି ହଡପ ମାମଲା . ସୁପ୍ରିମକୋର୍ଟଙ୍କ ଆଦେଶକୁ ଅମାନ୍ୟ, ଜିଲ୍ଲାପାଳଙ୍କୁ ଅଭିଯୋଗ


କେନ୍ଦ୍ରାପଡ଼ା,୨୪ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ବୁଢାଗୋବିନ୍ଦଜୀୟୁଙ୍କ ଜମି ଜବରଦଖଲ ମାମଲା ସୁପ୍ରିମକୋର୍ଟରେ ଚାଲୁଅଛି । ସୂଚନାଯୋଗ୍ୟ ଯେ ତିନିମୁହାଣୀସ୍ଥିତ ବୁଢାଗୋବିନ୍ଦଜୀୟୁଙ୍କ ଜମିକୁ କିଛି ଅସାଧୁ ବ୍ୟବସାୟୀ ଜବରଦଖଲ କରି ବହୁଦିନ ହେବ ବ୍ୟବସାୟ କରୁଛନ୍ତି । ଏହି ଘଟଣାକୁ ବିଚାର କରି ଗତ ୨୦୨୧ ମସିହା ଅକ୍ଟୋବର ୬ ତାରିଖରେ ସୁପ୍ରିମକୋର୍ଟ ଏକ ଅନ୍ତରୀଣ ଆଦେଶ ଦେଇଥିଲେ ଯେ ମାମଲା ଶେଷ ହେବା ପର୍ଯ୍ୟନ୍ତ ଯେଉଁ ବ୍ୟବସାୟୀମାନେ ଏହି ଜମି ଉପରେ ଘର କରି ବ୍ୟବସାୟ କରୁଛନ୍ତି ସେମାନେ ପ୍ରଶାସନ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପ୍ରତିମାସରେ ଦେୟ ବୁଢାଗୋବିନ୍ଦଜୀୟୁଙ୍କ ବ୍ୟାଙ୍କ ଖାତାରେ ଦାଖଲ କରିବାକୁ । ଏଥିସହିତ ଯେଉଁ ବ୍ୟବସାୟୀମାନେ ଯଦି ମାସିକ ଭଡା ନ ଦିଅନ୍ତି ତେବେ ସେମାନଙ୍କୁ ସେହି ସ୍ଥାନରୁ ଉଚ୍ଛେଦ କରାଯିବାକୁ ପ୍ରଶାସନକୁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିଲେ । କିନ୍ତୁ ଏହା ଭିତରେ ୪୦ ମାସ ବିତିଯାଇଥିଲେ ସୁଦ୍ଧା ସେମାନେ ଏହି ଆଦେଶକୁ ବେଖାତିର କରି ବ୍ୟବସାୟ ଚାଲୁ ରଖିଛନ୍ତି । ତେଣୁ ବୁଢାଗୋବିନ୍ଦଜୀୟୁ ଟ୍ରଷ୍ଟବୋର୍ଡର ଟ୍ରଷ୍ଟି ଉପେନ୍ଦ୍ର କରଙ୍କ ନେତୃତ୍ୱରେ ଗୁଲନଗର ବାସିନ୍ଦାମାନେ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କୁ ଏହି ବିଷୟରେ ଏକ ଦାବିପତ୍ର ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading