କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି କାଳବୈଶାଖୀ ତାଣ୍ଡବ ରଚି ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସଡକ ଦୁର୍ଘଟଣାରେ ଜଣେ ଯୁବକ ସମେତ ଗଛପଡ଼ି ଆଉଜଣେ ମହିଳା ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ମୃତ ବ୍ୟକ୍ତି ହେଲେ ଲକ୍ଷ୍ମୀଧର ଦାସ(୪୮) । ଆଜି ଅପରାହ୍ନ ୫ଟା ସମୟରେ ହଠାତ୍ ଧୂଳିଝଡ ଆରମ୍ଭ ହୋଇଯାଇଥିଲା । […]
Day: 28 April 2024
କେନ୍ଦ୍ରାପଡା ଜିଲାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି । ଫଳରେ ଅସମ୍ଭାଳ ତାତିରୁ ସାମୟିକ ଆଶ୍ୱସ୍ତି ମିଳିଛି । ଆଜି ଦିନ ତମାମ ଖରତାତିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ସଂଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ହୋବାରୁ ତାପମାତ୍ରାରେ ପରିବର୍ତ୍ତନ ଘଟି ପାରଦ ତଳକୁ ଖସିବାରୁ ତାତିରୁ ତ୍ରାହି ମିଳିଛି । ତେବେ ଆଦ୍ରତା ଅଧିକ ଥିବାରୁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେଉଛି । […]
କେନ୍ଦ୍ରାପଡା,୨୮/୪: ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବ ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ବୁଲନ ଭାଇ ସେବାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, କବି ପୂଜନ ପର୍ବ, ଆଲୋଚନା ଚକ୍ର, ଆନୁଷ୍ଠାନିକ ସମ୍ବର୍ଦ୍ଧନା ଏବଂ ପୁସ୍ତକ ଲୋକାର୍ପଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମ ଅଧିବେଶନ ଉଦ୍ଘାଟନୀ ଉତ୍ସବ କବି ଭକ୍ତଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]
କେନ୍ଦ୍ରାପଡ଼ା, ୨୮ା୪: ନିର୍ବାଚନ ସମୟରେ ପୋଷ୍ଟାଲ୍ ବାଲଟ୍ ମତଦାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ମହତ୍ୱପୂର୍ଣ୍ଣ ଅଂଶକୁ ଦକ୍ଷତାର ସହ ପରିଚାଳନା କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତିକରଣ ଓ ସମସ୍ତଙ୍କ ପାଇଁ ଉପଲବ୍ଧତା ସୁନିଶ୍ଚିତ କରିବା ଲକ୍ଷ୍ୟରେ […]
ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମ ଯୁବପ୍ରତିଭାଙ୍କୁ ଆର୍ଥୀକ ପୋଷଣ ସହାୟତା କେନ୍ଦ୍ରାପଡା, ୨୮/୪- ଆର୍ଥୀକ ବାଧକ ହେତୁ ନିଜର ଅଭିଳଷିତ ଲକ୍ଷ୍ୟ ପ୍ରାପ୍ତି ଦିଗରେ ସଂଘର୍ଷରତ ଜିଲ୍ଲାର ଦୁଇ ଭିନ୍ନକ୍ଷମ ଯୁବ ପ୍ରତିଭାଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକବର୍ଷ ପର୍ଯ୍ୟନ୍ତ ଆର୍ଥୀକ ପୋଷାକ ସହାୟତା ପ୍ରଦାନ କରାଯାଇଛି । ଏହି ଦୁଇଜଣ ହେଲେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପଢ଼ୁଥିବା ଶଙ୍ଖପଦା, ମହାକାଳପଡ଼ାର ମେଧାବୀ ଛାତ୍ର ବରଜ କୁମାର ଦାସ ଓ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କୋଟ୍ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଓକିଲ ସଂଘର ସଭାପତି ତପନ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ କୋଷାଧକ୍ଷ ଧୀରେନ୍ଦ୍ରନାଥ ସାହୁ, ବରିଷ୍ଠ ଆଇନୀଜୀବୀ ଭବାନୀ ଶଙ୍କର ପଣ୍ଡା, ପ୍ରମୋଦ କୁମାର ସାହୁ, ସୁଧୀର କୁମାର ଦାସ, ଶିଶିର କୁମାର ମଳିକ, ଗୋପୀନାଥ ତ୍ରିପାଠୀ, ମୋହରି ବିଘ୍ନେଶ୍ୱର ଦାସ ପ୍ରମୁଖ ଯୋଗ ଦେଇ ମଧୁବାବୁ […]
କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ବିଜୁ ଜନତା ଦଳ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅଣ୍ଢରାଠାରେ ଆୟୋଜିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାନସଭା ବିଜେଡି ସଂଯୋଜକ ଦୂର୍ଗାଶିଷ ମହାନ୍ତିଙ୍କ ପୌରହିତ୍ୟ ଓ ବରିଷ୍ଠ ନେତା ଚିତରଞନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ୫ ଶହରୁ ଅଧିକ ନେତା ଓ କର୍ମୀ ଯୋଗ ଦେଇ ଦଳର ବିଜୟ ନେଇ ଆଲୋଚନା କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ […]
(ରଶ୍ମିତା ସେଠୀ) ଦରିଦ୍ରତାଙ୍କୁ ନେଇ ଦୀର୍ଘଦିନ ହେଲା ଦେଶରେ ବିତର୍କ ଚାଲୁଥିବା ବେଳେ ଦରିଦ୍ର କାହାକୁ କୁହାଯିବ ଓ ସେମାନଙ୍କ ସଂଖ୍ୟା କେତେ ସେନେଇ ପ୍ରଶ୍ନ ଉଠୁଛି । କେଉଁ ସାମାଜିକ ଅର୍ଥନୈତିକ କାରଣରୁ ଦରିଦ୍ରତା ବଢୁଛି ଏବଂ ଦରିଦ୍ରତାରୁ ଲୋକମାନଙ୍କୁ କିପରି ମୁକ୍ତ କରାଯାଇ ପାରିବ ସେନେଇ ସଚେତନ ନାଗରିକ ମାନଙ୍କୁ ବିବ୍ରତ କରୁଛି । ଆମ ଦେଶରେ ଦରିଦ୍ରତାର ଯେ ଆକଳନ ନ ହୋଇଛି, ସେକଥା ନୁହଁ […]