ପଟ୍ଟାମୁଣ୍ଡାଇ ଓକିଲ ସଙ୍ଘ ତରଫରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କୋଟ୍ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ  ଜୟନ୍ତୀ ପାଳନ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଓକିଲ ସଂଘର ସଭାପତି ତପନ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ କୋଷାଧକ୍ଷ ଧୀରେନ୍ଦ୍ରନାଥ ସାହୁ, ବରିଷ୍ଠ ଆଇନୀଜୀବୀ ଭବାନୀ ଶଙ୍କର ପଣ୍ଡା, ପ୍ରମୋଦ କୁମାର ସାହୁ, ସୁଧୀର କୁମାର ଦାସ, ଶିଶିର କୁମାର ମଳିକ, ଗୋପୀନାଥ ତ୍ରିପାଠୀ, ମୋହରି ବିଘ୍ନେଶ୍ୱର ଦାସ ପ୍ରମୁଖ ଯୋଗ ଦେଇ ମଧୁବାବୁ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ଓ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।


Next Post

‘ମୁଁ ପାରିବି..’ର ସଂକଳ୍ପ ଭିନ୍ନକ୍ଷମଙ୍କ ପ୍ରତି ସାମାଜିକ ଦୃଷ୍ଟି ବଦଳାଇ ଦେଇ ପାରେ- କଥାକାର ରାମଚନ୍ଦ୍ର ବେହେରା

Sun Apr 28 , 2024
ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମ ଯୁବପ୍ରତିଭାଙ୍କୁ ଆର୍ଥୀକ ପୋଷଣ ସହାୟତା କେନ୍ଦ୍ରାପଡା, ୨୮/୪- ଆର୍ଥୀକ ବାଧକ ହେତୁ ନିଜର ଅଭିଳଷିତ ଲକ୍ଷ୍ୟ ପ୍ରାପ୍ତି ଦିଗରେ ସଂଘର୍ଷରତ ଜିଲ୍ଲାର ଦୁଇ ଭିନ୍ନକ୍ଷମ ଯୁବ ପ୍ରତିଭାଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକବର୍ଷ ପର୍ଯ୍ୟନ୍ତ ଆର୍ଥୀକ ପୋଷାକ ସହାୟତା ପ୍ରଦାନ କରାଯାଇଛି । ଏହି ଦୁଇଜଣ ହେଲେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପଢ଼ୁଥିବା ଶଙ୍ଖପଦା, ମହାକାଳପଡ଼ାର ମେଧାବୀ ଛାତ୍ର ବରଜ କୁମାର ଦାସ ଓ […]

You May Like