‘ମୁଁ ପାରିବି..’ର ସଂକଳ୍ପ ଭିନ୍ନକ୍ଷମଙ୍କ ପ୍ରତି ସାମାଜିକ ଦୃଷ୍ଟି ବଦଳାଇ ଦେଇ ପାରେ- କଥାକାର ରାମଚନ୍ଦ୍ର ବେହେରା


ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମ ଯୁବପ୍ରତିଭାଙ୍କୁ ଆର୍ଥୀକ ପୋଷଣ ସହାୟତା

କେନ୍ଦ୍ରାପଡା, ୨୮/୪- ଆର୍ଥୀକ ବାଧକ ହେତୁ ନିଜର ଅଭିଳଷିତ ଲକ୍ଷ୍ୟ ପ୍ରାପ୍ତି ଦିଗରେ ସଂଘର୍ଷରତ ଜିଲ୍ଲାର ଦୁଇ ଭିନ୍ନକ୍ଷମ ଯୁବ ପ୍ରତିଭାଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକବର୍ଷ ପର୍ଯ୍ୟନ୍ତ ଆର୍ଥୀକ ପୋଷାକ ସହାୟତା ପ୍ରଦାନ କରାଯାଇଛି । ଏହି ଦୁଇଜଣ ହେଲେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପଢ଼ୁଥିବା ଶଙ୍ଖପଦା, ମହାକାଳପଡ଼ାର ମେଧାବୀ ଛାତ୍ର ବରଜ କୁମାର ଦାସ ଓ ନରେନ୍ଦ୍ରପୁର, ଆଳିର ଜାତୀୟ ପାରା ସନ୍ତରଣକାରୀ ମୋନାଲି ସ୍ୱାଇଁ । ମଧୁବାବୁ ଜୟନ୍ତୀ ଅବସରରେ ମାଧପୁରସ୍ଥିତ ପୁନର୍ବାସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦୁହିଁଙ୍କୁ ଅନୁଷ୍ଠାନର ପ୍ରୋତ୍ସାହନ ପତ୍ର ପ୍ରଦାନ କରି ମୁଖ୍ୟ ଅତିଥି ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଓ ପ୍ରଖ୍ୟାତ ସାହିତ୍ୟିକ ଡଃ ରାମଚନ୍ଦ୍ର ବେହେରା ଭିନ୍ନକ୍ଷମମାନଙ୍କ ମଧ୍ୟରେ ଏହି ‘ମୁଁ ପାରିବି..’ର ସଂକଳ୍ପ ଉଥାପନ କରିଥିଲେ । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ଡଃ ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୁପାଲି ପ୍ରିୟଦର୍ଶନି ନାୟକ, ବିଶିଷ୍ଟ ଅତିଥି ଭାବେ ଆନ୍ତର୍ଜାତୀୟ ପାରା କ୍ରୀଡାବିତ୍ ପ୍ରଫୁଲ୍ଲ ଖଣ୍ଡାୟତ ରାୟ, ସାହିତ୍ୟିକ ତଥା ପ୍ରାଧ୍ୟାପକ ତପନ କୁମାର ପତି, ପିଏନସ୍ ଇଂଜିନିୟରିଂ କଲେଜର ଅଧ୍ୟକ୍ଷ ଜ୍ଞାନରଞ୍ଜନ ନାୟକ, ଜିଲ୍ଲା ଆଥ୍‌ଲେଟିକ୍ସ ସଂଘର ସମ୍ପାଦକ ଜ୍ୟୋତିର୍ମୟ ଦାସ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସାମର୍ଥ୍ୟର ବିକାଶ ନିମନ୍ତେ ସମସ୍ତେ ପ୍ରୟାସ କରିବା ସହିତ ନିରନ୍ତର ଭାବେ ସେମାନଙ୍କ ନିମନ୍ତେ କାର୍ଯ୍ୟଧାରା ଜାରି ରଖିଥିବା ପୁନର୍ବାସ ଅନୁଷ୍ଠାନକୁ ଉଚ୍ଚପ୍ରଶଂସା କରିବା ସହ ଏହି ଆର୍ଥିକ ସହାୟତା ଦୁଇଜଣ ଭିନ୍ନକ୍ଷମଙ୍କର ପ୍ରତିଭାର ପରିପ୍ରକାଶରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭିନ୍ନକ୍ଷମ ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଦୃଷ୍ଟିବାଧିତ ତିରୁପତି ରେଡ୍ଡୀ, ସଭ୍ୟ ବଂଶୀଧର ମହାନ୍ତି, ଅମରିନ ସାହଦତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷଦେବ ଦାସ, କ୍ଷୀରୋଦ କର, ଜ୍ୟୋତିରଞ୍ଜନ ନାୟକ, ସଂଯୋଜକ ସଂଜୀବ ଜେନା, ବ୍ରଜସୁନ୍ଦର ଦାସ, ପ୍ରଫୁଲ୍ଲ ବେହେରା, ଥେରାପିଷ୍ଟ ରଚିତା ଜେନା, ଗୁଞ୍ଜନସ୍ମିତା ବେହେରା, ରଞ୍ଜନ ସ୍ୱାଇଁ, ମନୋଜ ମହାନ୍ତି, ସମ୍ବଳ ଶିକ୍ଷକ ଶ୍ରୀଧର ଭୋଳ, ହିମାଂଶୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ମୁଖ୍ୟଅତିଥି ଡଃ ବେହେରା ଚଳିତମାସ ଅବସର ଗ୍ରହଣ କରୁଥିବା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ଉତ୍ସର୍ଗୀକୃତ ସେବା ନିମନ୍ତେ ସାଲ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ପୁନର୍ବାସ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading