ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୫ ତମ ବାର୍ଷିକ ଉତ୍ସବ


କେନ୍ଦ୍ରାପଡା,୨୮/୪: ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବ ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ବୁଲନ ଭାଇ ସେବାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, କବି ପୂଜନ ପର୍ବ, ଆଲୋଚନା ଚକ୍ର, ଆନୁଷ୍ଠାନିକ ସମ୍ବର୍ଦ୍ଧନା ଏବଂ ପୁସ୍ତକ ଲୋକାର୍ପଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମ ଅଧିବେଶନ ଉଦ୍‌ଘାଟନୀ ଉତ୍ସବ କବି ଭକ୍ତଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ପ୍ରାବନ୍ଧିକ ତଥା ବିଧାନସଭା ସଚିବ ଦାଶରଥି ଶତପଥୀ ଆନୁଷ୍ଠାନିକ ଭାବେ ଉତ୍ସବ ଉଦ୍‌ଘାଟନ କରି ଭାରତୀୟ ସାହିତ୍ୟରେ ପାରିବେଶିକ ଚିତ୍ର ଓ ଏଥିରେ କବିର ଯୋଗଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ ସାହିତ୍ୟକାର କବି ଦାଶ ବେନହୂର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜଭବନର ଲୋକସମ୍ପର୍କ ଅଧିକାରୀ କବି ରକ୍ଷକ ନାୟକ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ମିରର ଅଫ୍ ଦି ସୋସାଇଟିର ସମ୍ପାଦକ କବି ଇଂ ସୁଶାନ୍ତ କୁମାର ବଳ, ଭାଷ୍ୟକାର ଅନାଦି ଚରଣ ମାହାଳି, ବ୍ୟାସକବି ସାହିତ୍ୟ ସଂସଦ ସଭାପତି କବି ବିପିନ ବିହାରୀ ବାରିକ, ମୌସୁମୀ ସମ୍ପାଦକ କବି ଡଃ ଶ୍ରୀଧର ସାମଲ, ଶାରଳା ସାହିତ୍ୟ ସଂସଦ ସଭାପତି ଇଂ ଭରତ ଚରଣ ବେହେରା, ନାଟ୍ୟକାର ଡଃ ଅଲେଖ ପ୍ରସାଦ ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାଷା ସାହିତ୍ୟ ବିକାଶରେ ରାଜଶ୍ରୀର ନାନାବିଧ କାର୍ଯ୍ୟକ୍ରମ ଉପରେ ଭୂୟଂସୀ ପ୍ରଶଂସା କରିଥିଲେ । ଇତ୍ୟବସରରେ ଆୟୋଜିତ ରାଜ୍ୟସ୍ତରୀୟ କବି ସମ୍ମିଳନୀରେ କବି ସୁଶୀଲ ସିଂହ, ଲଳିତ କବି ଚାରୁଲତା ଭୂୟାଁ, କବି ଶକୁନ୍ତଳା ଓଝା, କବି ସ୍ୱାଗତିକା ସାହୁ ଏବଂ କବି ଅଶୋକ କୁମାର ସାହୁ ଆଦି କବିତା ପାଠ ସଂଯୋଜନା କରିଥିଲେ । ସର୍ବଶ୍ରୀ କବି ବେଣୁଧର ସୂତାର, ସୁରେଶ ଚନ୍ଦ୍ର ରଥ, ଆଦିତ୍ୟ ଆଚାର୍ଯ୍ୟ, ରଞ୍ଜିତା କୁମାରୀ ପତି, ଅମର ପ୍ରସାଦ ରାଉତ, ବ୍ରଜସୁନ୍ଦର ସାହୁ, ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ, ନିରଞ୍ଜନ ଓଝା, ସୁଜିତ କୁମାର ପଣ୍ଡା, ମୋନାଲିସା ସିଂହ, କୁମୁଦିନୀ ବେହେରା, ରଶ୍ମିତା ନାୟକ, ଶୋଭାମୟୀ ପତ୍ରୀ, ନମିତା ଦାଶ, ସ୍ୱର୍ଣ୍ଣଲତା ଲେଙ୍କା, ଲକ୍ଷ୍ମୀ ଆମ୍ମା, କୁଳମଣି ବାରିକ, ରଞ୍ଜନ କୁମାର ଦଳାଇ , ଗୋଲାପ ନନ୍ଦ, ଗଣପତି ସ୍ୱାଇଁ, ଦିଲ୍ଲୀପ କୁମାର ନନ୍ଦୀ, ଅଜୟ କୁମାର ପାତ୍ର, ସୁରେଶ ଚନ୍ଦ୍ର ବାଇ, ପ୍ରେମାନନ୍ଦ ଜେନା, ପ୍ରଜ୍ଞାଲୀନା ସାହୁ, ସସ୍ମିତା ପାଣିଗ୍ରାହୀ, ଶଙ୍କର୍ଷଣ ସାହୁ, ରାଜକିଶୋର ମୁଣ୍ଡି ଆଦି ଶହେରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ । ରାଜଶ୍ରୀର ହାର୍ଦ୍ଧିକ ସଂଭାବନ ମଧ୍ୟରେ ସମସ୍ତ କବିଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସଦର ସଭାପତି ତଥା ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ସମାବେଶର ଦ୍ୱିତୀୟ ଅଧିବେଶନରେ ବରିଷ୍ଠ ସାହିତ୍ୟିକ ତଥା ରାଜନୈତିକ ବିଶ୍ଳେଷକ ଶ୍ରୀରାମ ଦାଶ ଉଦ୍‌ଘାଟକ ଭାବେ ଯୋଗଦେଇ ପ୍ରାଚୀନ ସାହିତ୍ୟ ଏବଂ ବର୍ତ୍ତମାନର ସାହିତ୍ୟ ଉପରେ ଏକ ତୁଳନାତ୍ମକ ସନ୍ଦର୍ଭ ରେଖାପାତ କରିଥିଲେ । ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ତଥା ଗାନ୍ଧୀସ୍ମାରକ ନିଧିର ରାଜ୍ୟ ସମ୍ପାଦକ ଜୟନ୍ତ କୁମାର ଦାସ, ମୁଖ୍ୟବକ୍ତା କୈବଲ୍ୟ ସାହିତ୍ୟ ସଂସଦ ପ୍ରତିଷ୍ଠାତା ଡଃ ସଂଗ୍ରାମ କେଶରୀ ସାମନ୍ତରାୟ, ବିଶିଷ୍ଟ ଅତିଥି କବି ସଞ୍ଜୟ କୁମାର ରଥ, ରକ ପେବ୍ଲସ ସମ୍ପାଦକ ଡଃ ଉଦୟ ମାଝି, କୁଞ୍ଜକବି ଗୌରୀଶଙ୍କର ଦାଶ, ସତୀର୍ଥର ସମ୍ପାଦକ କବି ମନ୍ମଥନାଥ ବରାଳ, ସମାଜସେବୀ ଫକୀର ଚରଣ ଖଟୁଆ ପ୍ରମୁଖ ଯୋଗଦେଇ ସଂସଦର ମୁଖପତ୍ର “ରାଜଶ୍ରୀ” ସହିତ କବିମଞ୍ଜୁଳ ମଞ୍ଜୁଶ୍ରୀ ବରାଳ, କବି ଅନାଦି ଚରଣ ମାହାଳି, କବି ଜ୍ୟୋତ୍ସ୍ନା ରାଣୀ ସୂତାରଙ୍କ କବିତା ସଂକଳନ ଲୋକାର୍ପିତ କରିଥିଲେ । ଇତ୍ୟବସରରେ ସଂସଦ ତରଫରୁ କବି ସଞ୍ଜୟ କୁମାର ରଥ, କବି ଅନାଦି ଚରଣ ମାହାଳି, କବି ପ୍ରମୋଦ କୁମାର ତ୍ରିପାଠୀ, ଡଃ ଉଦୟନାଥ ମାଝି, ବ୍ୟଙ୍ଗକବି ସରୋଜ କୁମାର ଶତପଥୀ, ବ୍ରହ୍ମଚାରିଣୀ ମାଆ ଅରୁନ୍ଧତୀ, ନାଟ୍ୟକାର ରମାକାନ୍ତ ନାୟକ, ପ୍ରକାଶକ ମନୋରଞ୍ଜନ ଦାଶ, କବି ପ୍ରକାଶ କୁମାର ମିଶ୍ର, କଥାକାର ଅବନ୍ତୀ ବେହେରା, ଗବେଷକ ନିରଞ୍ଜନ ମେକାପ, କବି ବିପିନ ବିହାରୀ ବାରିକ, କଥାକାର ଅଭିରାମ ମଣ୍ଡଳ, କବି ପ୍ରେମଲତା ଗିରି, କବି ଗୀତାଞ୍ଜଳି ସାହୁ, କବି ସଚ୍ଚିତ୍ର କୁମାର ବେହୁରା, କବି ନିରୂପମା ପାଣି, କବି ମୋନାଲିସା ସିଂହ ଆଦିଙ୍କୁ ସଂସଦ ତରଫରୁ ଆନୁଷ୍ଠାନିକ ସମ୍ବର୍ଦ୍ଧିନା ପ୍ରଦାନ କରାଯାଇଥିଲା । ଉଭୟ ଅଧିବେଶନରେ କବି ରତିନାରାୟଣ ରାଉତ ବେଦପାଠ, ସମ୍ପାଦକ ହେମନ୍ତ ଜେନା ଅତିଥି ପରିଚୟ, ଉପସଭାପତି ମଞ୍ଜୁଶ୍ରୀ ବରାଳ ସ୍ୱାଗତ ଭାଷଣ, କବି ପ୍ରତାପ ରାଉତ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ସହସମ୍ପାଦକ ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ ଏବଂ କବି ଶିଶିର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସହସମ୍ପାଦିକା ସୁଶ୍ରୀ ସୁପ୍ରିୟା ସାହୁ, କବି ସନ୍ନିଭା ମିଶ୍ର ଦାଶ, କବି ଅଶୋକ କୁମାର ଦାଶ ଏବଂ ପ୍ରେମାନନ୍ଦ ଜେନା ଆଦି ଉତ୍ସବ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading