କାଳବୈଶାଖୀ ପ୍ରଭାବରେ ବର୍ଷା , ଅସମ୍ଭାଳ ତାତିରୁ ସାମୟିକ ଆଶ୍ୱସ୍ତି


କେନ୍ଦ୍ରାପଡା ଜିଲାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି । ଫଳରେ ଅସମ୍ଭାଳ ତାତିରୁ ସାମୟିକ ଆଶ୍ୱସ୍ତି ମିଳିଛି । ଆଜି ଦିନ ତମାମ ଖରତାତିରେ ଲୋକେ ଆଉଟୁପାଉଟୁ ହେଉଥିବା  ବେଳେ ସଂଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ହୋବାରୁ ତାପମାତ୍ରାରେ ପରିବର୍ତ୍ତନ ଘଟି ପାରଦ ତଳକୁ ଖସିବାରୁ ତାତିରୁ ତ୍ରାହି ମିଳିଛି । ତେବେ ଆଦ୍ରତା ଅଧିକ ଥିବାରୁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତାକାଲି କାଳବୈଶାଖୀର ପ୍ରଭାବ ରହିବ । ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରାଯାଇଛି । କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବିଭାଗ ପକ୍ଷରୁ ସତର୍କ  କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading