କେନ୍ଦ୍ରାପଡା ବ୍ଲକ ବିଜୁ ଜନତା ଦଳ ତରଫରୁ ବନ୍ଧୁମିଳନ ସମାବେଶ


କେନ୍ଦ୍ରାପଡା, ୩୦/୪- କେନ୍ଦ୍ରାପଡା ସହର କାକଟଠାରେ କେନ୍ଦ୍ରାପଡା ବ୍ଲକ ବିଜେଡି ପକ୍ଷରୁ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ଏକ ବନ୍ଧୁମିଳନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଧିରେନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଆଲୋକ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଯୁବ ବିଜେଡି ସଭାପତି ରାଜେଶ ଦାସ, ବିଧାନସଭା ମଣ୍ଡଳୀ ସଂଯୋଜକ ଦୂର୍ଗାଶୀଷ ମହାନ୍ତି, ବ୍ଲକ ମହିଳା ସଭାପତି ସୁମିତ୍ରା ପାଢୀ, ବ୍ଲକ ଯୁବ ସଭାପତି ସଂଗମ କେଶରୀ ସାମଲ, ବ୍ଲକ ଛାତ୍ର ସଭାପତି ପ୍ରକାଶ ସାହୁ, ଜିଲ୍ଲା ଛାତ୍ର ସଭାପତି ପ୍ରଦୀପ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଶିବପ୍ରସାଦ ଭଳ, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ମଧୁଛନ୍ଦା ମହାନ୍ତି, ରଶ୍ମିରଞ୍ଜନ ରାଉତ, ଲିଲିତା ଦାସ, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ସେକ୍ ଚନ୍ଦନ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ ପରିଡା, ରବିନ୍ଦ୍ର ପଣ୍ଡା, ରାଜୁ କୁବେର, ନରହରି ପାଣି, ମୋହନ ଆଚାର୍ଯ୍ୟ, ଲୋପାମୁଦ୍ରା ବାରିକ, ନାରାୟଣ ସ୍ୱାଇଁ, ବିଜୟ କୁମାର ସ୍ୱାଇଁ, ସୁଧୀର କୁମାର ସ୍ୱାଇଁ, ମମତା ରାଣୀ ଧଳ, କୃତୀବାସ ରାଉତ, ମିନତୀ ପରିଡା, ଅଜୟ କୁମାର ମହାନ୍ତି, ଅକ୍ଷୟ ପାଣି, ଅକ୍ଷୟ ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ରଖି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ବିଧାନସଭା ଓ ଲୋକସଭା ପ୍ରାର୍ଥୀମାନଙ୍କୁ ବହୁ ଭୋଟ୍ ବ୍ୟବଧାନରେ ଜିତାଇବାକୁ ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ବିଧାନସଭା ପ୍ରାର୍ଥୀ ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ବିଜେଡିକୁ ଜିତାଇ ଆଣିବା ସଙ୍ଗେସଙ୍ଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଗାଦିସୀନ କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଲୋକଙ୍କ ସହିତ ରହି ଲୋକଙ୍କ କାମ କରିବା ପାଇଁ କର୍ମୀମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ବ୍ଲକ ସରପଞ୍ଚସଂଘ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମିତି ସଭ୍ୟ/ସଭ୍ୟା, ବିଜୁ ଜନତା ଦଳ ବ୍ଲକ କମିଟି, କେନ୍ଦ୍ରାପଡା ବ୍ଲକ ଯୁବ ଛାତ୍ର କମିଟି, ସମବାୟ ସଭାପତି, କେନ୍ଦ୍ରାପଡା ବ୍ଲକ ମହିଳା କମିଟି ପକ୍ଷରୁ ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ, ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ହିରଣ୍ୟ ପଣ୍ଡା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅନନ୍ତ ସେଠୀ, ଭକ୍ତିମୟୀ କର, ପ୍ରିୟଙ୍କା ପ୍ରିୟଦର୍ଶନୀ, ନୀଳିମା ଧଳ, ଶୈଳବାଳା ଦାସ, ଚିତ୍ତରଞ୍ଜନ ସାହୁ, ସୀତାସୁନ୍ଦରୀ ମଲ୍ଲିକ, ସୁରେନ୍ଦ୍ର ସାହୁ, ତ୍ରିଲୋଚନ ଦାଶ, ଚିନ୍ମୟୀ ସାହୁ, ତପନ ଦାସ, ହଳଧର ସାହୁ, ଦେବାଶୀଷ ଦାସ, ଅଭିମନ୍ୟୁ ମହାନ୍ତି, ଧରଣୀଧର ରାଉତ, ମନୋରଞ୍ଜନ ଦାସ ପ୍ରମୁଖ ୫ଶହରୁ ଉର୍ଦ୍ଧ୍ୱ କର୍ମୀ, କାର୍ଯ୍ୟକର୍ତ୍ତା ଓ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିବାବେଳେ ସୁରେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading