ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ କେନ୍ଦ୍ରାପଡାରେ ଶ୍ରମିକ ସମାବେଶ



କେନ୍ଦ୍ରାପଡା, ୧/୫: ଆଜି କେନ୍ଦ୍ରାପଡା ଦି-ଡେଷ୍ଟିନେସନ ମଣ୍ଡପଠାରେ ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଏକ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଜୁ ଶ୍ରମିକ ସାମୁଖ୍ୟ ନେତୃତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ନିର୍ମାଣ ଶ୍ରମିକ, ପରିବହନ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ ସମେତ ପାଖାପାଖି ୨ହଜାର ଶ୍ରମିକ ସାମିଲ ହୋଇଥିଲେ । ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ଓ କଟକ ମେୟର ସୁବାସ ସିଂ, ରାଜ୍ୟ ଉପଦେଷ୍ଟା ଓ ବିଦ୍ୟୁତ କର୍ମଚାରୀ ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି ଉପସ୍ଥିତ ରହି ନିଜ ବକ୍ତବ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରମିକ କଲ୍ୟାଣ ଯୋଜନାରେ ଓଡିଶା ବର୍ତ୍ତମାନ ସାରା ଦେଶରେ ଏକ ନମ୍ବର । ଦୈନିକ ମଜୁରୀ ଏକାଥରେ ୧୦୦ଟଙ୍କା ବୃଦ୍ଧି ଫଳରେ ଏକକୋଟି ଶ୍ରମିକ ଉପକୃତ ଲାଭ କରିପାରିଥିଲେ । ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରୁଥିବା ଶ୍ରମିକ କର୍ମଚାରୀଙ୍କ ପରିବାରର ସାମାଜିକ ସୁରକ୍ଷା ପ୍ରଦାନ ପାଇଁ ଦୁର୍ଘଟଣା ଜନିତ ସହାୟତା, ନିର୍ମାଣ ଶ୍ରମିକ, ଅସଂଗଠିତ ଶ୍ରମିକ ତଥା ସବୁସ୍ତରର ଗାଡି ଚାଳକଙ୍କୁ ସହାୟତା ଦିଆଯିବାର ବ୍ୟବସ୍ଥା ହୋଇପାରିଛି ।

ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିଜୁ ଜନତା ଦଳର କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଓ ଲୋକସଭା ପ୍ରାର୍ଥୀ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବକ୍ତବ୍ୟ ଦେଇ କହିଲେ ଓଡିଶାର ଚାରିକୋଟି ଲୋକ ଚାହୁଁଛନ୍ତି ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବାପାଇଁ । ଓଡିଶାର ସବୁସ୍ତରର ଲୋକଙ୍କୁ ସୁରକ୍ଷା ଦେଇ ବିକାଶର ନୂଆରୂପ ଓଡିଶାକୁ ପ୍ରଦାନ କରିବା ସହ ଶ୍ରମିକମାନଙ୍କ କଲ୍ୟାଣକାରୀ ଯୋଜନାରେ ବିଶେଷ ଭାବେ କେନ୍ଦ୍ରାପଡା ଜିଲ୍ଲାରେ ଯେଉଁ ଶ୍ରମିକମାନେ ପାଣି ପାଇପରେ କାର୍ଯ୍ୟରତ ତାଙ୍କ ଦକ୍ଷତା ବିକାଶରେ ସାମିଲ କରି ଦକ୍ଷତା ବୃଦ୍ଧି କରିବା ସହ ଆବଶ୍ୟକୀୟ ସାର୍ଟିଫିକେଟ ପ୍ରଦାନ କରି ପାରିଶ୍ରମିକ ବୃଦ୍ଧିର ମାର୍ଗକୁ ପ୍ରଶସ୍ତ କରିବା କାର୍ଯ୍ୟ ସହ ଅନ୍ୟ ରାଜ୍ୟରେ ୬ଗୋଟି ଶ୍ରମିକ ସହାୟତା କେନ୍ଦ୍ର କରାଯାଇ ଓଡିଆ ଶ୍ରମିକଙ୍କୁ ସାହାଯ୍ୟ ପ୍ରଦାନ କରାଯିବାର ସମସ୍ତ ପ୍ରୟାସ ଦ୍ରୁତଗତିରେ ଆଗେଇ ଚାଲିଛି । ଏହି ସମାବେଶରେ ବିଶିଷ୍ଟ ଶ୍ରମିକ ନେତା ଆଡଭୋକେଟ ନଳିନୀ ତ୍ରିପାଠୀ, ବିଜୁ ଜନତା ଦଳ ଜିଲ୍ଲା ସଭାପତି ଧିରେନ କୁମାର ସାହୁ ବକ୍ତବ୍ୟ ଦେଇ କେନ୍ଦ୍ରାପଡା ଜିଲ୍ଲାର ଶ୍ରମିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ବହୁ ବିଧି ଯୋଜନାମାନ କରିଛନ୍ତି । ଉତ୍କଳ କୋଠାବାଡି ଶ୍ରମିକ ସଂଗଠନ ସମ୍ପାଦକ ଶତ୍ରୁଘ୍ନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଆଜିର ସଭାର ସମସ୍ତ ସଭ୍ୟ କାର୍ଯ୍ୟ ବିଶିଷ୍ଟ ଶ୍ରମିକ ନେତା ଭୀମସେନ ପରିଡାଙ୍କ ସଭାପତିତ୍ୱରେ ହୋଇଥିଲା ।


Next Post

ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

Thu May 2 , 2024
କେନ୍ଦ୍ରାପଡା 2/5-କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି । ଏପରି ସ୍ଥଳେ ଜରୁରୀ କାମ ରେ ବାହାରକୁ ବାହାରିବା ସମୟରେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜରିକରାଯାଇଛି । କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ […]

KANIKA