ଏ.ଆଇ.ଟି.ୟୁ.ସି.ପକ୍ଷରୁ ମଇ ଦିବସରେ ଆଲୋଚନାଚକ୍ର : ଐକବଦ୍ଧ ସଂଗ୍ରାମ ପାଇଁ ଆହ୍ୱାନ



କେନ୍ଦ୍ରାପଡ଼ା, ୨ା୫: ମଇ ପହିଲା ହେଉଛି ବିଶ୍ୱ ଶ୍ରମଜୀବୀ ଜନତାର ଅଧିକାର ଓ ମହୋତ୍ସବର ଦିବସ । ଏହି ଦିନଟି ଶ୍ରମିକ ଶ୍ରେଣୀକୁ ନିଜର ଅଧିକାର ଓ ବିଶ୍ୱବ୍ୟାପୀ ଜୟଯାତ୍ରା ପଥରେ ଥିବା ଗୌରବମୟ ଇତିହାସ ସମ୍ପର୍କରେ ସ୍ମରଣ କରାଇ ଦେଇଥାଏ । ବିଶେଷକରି ନୂତନ ଶ୍ରମକୋଡ ପ୍ରଚଳନ ପରେ ଦୀର୍ଘ ଲଢେଇ ଫଳରେ ଭାରତବର୍ଷର ଶ୍ରମିକମାନେ ହାସଲ କରିଥିବା ଯତକିଞ୍ଚି ଅଧିକାରକୁ କେନ୍ଦ୍ର ସରକାର ମାଲିକ ଶ୍ରେଣୀ ହାତରେ ସମର୍ପି ଦେଇଛନ୍ତି ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ବିପନ୍ନ କରିଛନ୍ତି ବୋଲି ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଅଖିଳ ଭାରତ ଶ୍ରମିକ ସଂଘ ଜିଲ୍ଲା କମିଟି ଆନୁକୂଲ୍ୟରେ ସହର ଉପକଣ୍ଠ ଗୋପସ୍ଥିତ ଶିକ୍ଷା ଓ ସମ୍ଭାବନା ସଭାଗୃହରେ ଆୟୋଜିତ “ନୂତନ ଶ୍ରମକୋଡ ଓ ଶ୍ରମିକ ଅଧିକାର’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଆଲୋଚକମାନେ ମତ ପ୍ରକାଶ କରିବା ସହ ଏହା ବିରୋଧରେ ଶ୍ରମିକ ଶ୍ରେଣୀର ଐକବଦ୍ଧ ସଂଗ୍ରାମ ନିମନ୍ତେ ଆହ୍ୱାନ ଦେଇଛନ୍ତି । ସଂଗଠନର ଜିଲ୍ଲା ସଂପାଦକ ବିକାଶ ଚନ୍ଦ୍ର ବେଉରାଙ୍କ ପରିଚାଳନାରେ ହୋଇଥିବା ଏହି ଆଲୋଚନାଚକ୍ରରେ ବିଶିଷ୍ଟ ପ୍ରଗତିଶୀଳ ସାହିତ୍ୟିକ ନିରାକାର ଦାସ ମୁଖ୍ୟ ଆଲୋଚକ ଓ ଶିକ୍ଷକନେତା ଅଧ୍ୟାପକ ଅଜୟ ସାମଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସିପିଆଇ ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ, ସହସମ୍ପାଦକ ଆଦିକନ୍ଦ ରାଉଳ, ଶିକ୍ଷା ଓ ସମ୍ଭାବନା ପରିଚାଳକ ପ୍ରଶାନ୍ତ ସାମନ୍ତରାୟ, ଗାଳ୍ପିକା ଅବନ୍ତୀ ବେହେରା, ଡ. ରମେଶ ଚନ୍ଦ୍ର ନାୟକ, ସମାଜସେବୀ ରଣଧୀର ଜେନା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସୀତାକାନ୍ତ ନାୟକ ଉଦଘାଟନୀ ସଂଗୀତ ଗାନ କରିଥିଲେ ଓ ମାଳତୀ ବେହେରା ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ କରୁଣାକର ଦାସ, ଶରତ କୁମାର ରାଉତ, ଅକ୍ଷୟ ମଲିକ, ନନ୍ଦିନୀ ସ୍ୱାଇଁ, ଭଜହରି ପ୍ରଧାନ, ନିରଞ୍ଜନ ଦାସ, ଜୟନ୍ତୀ ବାରିକ ପ୍ରମୁଖ ଶତାଧିକ ଶ୍ରମିକ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ ।
କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ଆନ୍ତର୍ଜାତିକ ଶ୍ରମ ଦିବସ ପାଳିତ
କେନ୍ଦ୍ରାପଡ଼ା,୨ା୫: କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ସଭାପତି ଜଗତଜୀବନ ଦାଶଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ସହରର ଖଡିଅଙ୍ଗ ସ୍ଥିତ ସିଟୁ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ଶ୍ରମଦିବସ ଉପଲକ୍ଷେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ମିଳିତ ଟ୍ରେଡ ୟୁନିୟନର ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ଧଳ, ଏ.ଆଇ.ଟି.ୟୁ.ସିର ବରିଷ୍ଠ ଶ୍ରମିକ ନେତା ବାବାଜୀ ଧଳ, ଆଇ.ଏନ.ଟି.ୟୁ.ସିର ବରିଷ୍ଠ ଶ୍ରମିକ ନେତା ମୁକ୍ତାର ଖାଁ, ଗ୍ରାମୀଣ ଚାଷୀ ମୂଲିଆ ସଙ୍ଘ ସଭାପତି ବସନ୍ତ ସେଠୀ, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ଫକିର ଚରଣ ଖଟୁଆ, କଳିଙ୍ଗ ଭାରତ ଶ୍ରମିକ ସଂଘର ରାଜ୍ୟ ସମ୍ପାଦକ ପ୍ରକାଶ ମହାନ୍ତି, ଓ.ସି.ଡବ୍ଲ୍ୟୁ.ୟୁର ସାଧାରଣ ସମ୍ପାଦକ ମାଧବ ଦାସ, ପି.ଓ.ଏନ୍‌.ଏସ୍‌.ଏସ୍‌.ର ରାଜ୍ୟ ସଭାପତି ଚିତ୍ତ ରଞ୍ଜନ ତରାଇ, ନାରୀ ନେତ୍ରୀ ସୁହାନା ବେଗମ, କେନ୍ଦ୍ରାପଡା ଜିଲ୍ଲା ବିଶିଷ୍ଠ ଶ୍ରମିକ ନେତା କୃଷ୍ଣ ଚନ୍ଦ୍ର ରାଉତ, ବାମପନ୍ଥୀ ନେତା ମାୟାଧର ଧଳ ପ୍ରମୁଖ ୬୪ଟି ଟ୍ରେଡ ୟୁନିୟନର ଶ୍ରମିକ ନେତା ମାନେ ଯୋଗଦେଇ ଆନ୍ତର୍ଜାତିକ ଶ୍ରମଦିବସରେ ଶ୍ରମିକ ମାନଙ୍କୁ ଉଦ୍‌ବୋଧନ ଦେଇ ସେମାନଙ୍କ ଅଧିକାର ଉପରେ ଆଲୋକ ପାତ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading