ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ



ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ । ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି କରାଯାଇଛି । ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ଦାୟିତ୍ୱ ମିଳିଛି । ୨୦୦୧ ବ୍ୟାଚର ଅଫିସର ଶାଳିନୀ ମଧ୍ୟ ସୁଜାତା ବୁଝୁଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ତୁଲାଇବେ । ନିଜର ପୂର୍ବ ଦାୟିତ୍ୱ ସହ ଅତିରିକ୍ତ ଭାବେ ଏହି ବିଭାଗର ଦାୟିତ୍ୱ ତୁଲାଇବେ ଶାଳିନୀ ।
ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଫେରାଦ ହେବା ପରେ ମିଶନ ଶକ୍ତି ସଚିବରୁ ସୁଜାତାଙ୍କୁ ବଦଳି କରିଥିଲେ ନିର୍ବାଚନ ଆୟୋଗ । ଏବେ ତାଙ୍କୁ ଅର୍ଥ ଭଳି ପ୍ରମୁଖ ବିଭାଗରେ ନିଯୁକ୍ତି ମିଳିଛି । କ୍ଷମତାର ଦୁରୁପଯୋଗ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଧମକଚମକ ଦେଇ ବିଜେଡି ସପକ୍ଷରେ ଭୋଟ କରାଇବା ନିମନ୍ତେ ସୁଜାତା ପ୍ରୟାସ କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଥିଲା । ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟରୁ ନିବୃତ୍ତ ରଖିବାକୁ ଭାଜପାର ସେଣ୍ଟ୍ରାଲ ଟିମ ଦାବି କରିଥିଲା । ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଭାଜପା ଦାବି କରିଥିଲା । ଜାତୀୟ ନିର୍ବାଚନ କମିଶନ ଗତକାଲି ବିଳମ୍ବିତ ରାତିରେ ସୁଜାତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି କରିବାକୁ ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ।


Next Post

ଏଆଇଟିୟୁସି ପକ୍ଷରୁ ଶ୍ରମିକ ଦିବସ ପାଳନ , ସବୁ ସାମ୍ୟବାଦୀମାନେ ଏକାଠି ହେବାର ସମୟ ଆସିଛି

Sat May 4 , 2024
କେନ୍ଦ୍ରାପଡା ୩/୫ – କେବଳ ଭାରତବର୍ଷ ନୁହେଁ, ସାରା ବିଶ୍ୱ ଏବେ ସଂକଟରେ ଗତି କରୁଛି । ଜନ-ଜୀବନ, ପାଣି-ପବନ, ଜମି-ଜଙ୍ଗଲ ଏବେ ଜମା ସୁରକ୍ଷିତ ନେୁହଁ । ଭାରତବର୍ଷ ସହ ବିଶ୍ୱକୁ କେବଳ ସାମ୍ୟବାଦୀମୋନ ସୁରକ୍ଷା ଦେଇ ପାରିବେ” ବୋଲି ଏଆଇଟିୟୁସି ପକ୍ଷରୁ କେନ୍ଦ୍ରାପଡାସ୍ଥ ଶିକ୍ଷା ଓ ସମ୍ଭାବନା ସଭାଗୃହେର ଶ୍ରମିକ ଦିବସ ପାଳନ ଅବସରରେ ‘ନୂତନ ଶ୍ରମେକାଡ୍ ଓ ଶ୍ରମିକ ଅଧିକାର’ ଶୀଷର୍କ ଅୋଲାଚନାରେ ମୁଖ୍ୟବକ୍ତା ଭାବେ […]

KANIKA