ଆମ୍ଆଦମୀ ପାର୍ଟି ପକ୍ଷରୁ ମହାକାଳପଡା ପାଇଁ ନୂତନ ପ୍ରାର୍ଥୀ ଘୋଷଣା : ଇଂ ଦେବାଶିଷ ଦାଶ ହେଲେ ନୂତନ ବିଧାନସଭା ପ୍ରାର୍ଥୀ


କେନ୍ଦ୍ରାପଡ଼ା, ୬ା୫: ଆମ୍ ଆଦମୀ ପାର୍ଟି ପକ୍ଷରୁ ଶ୍ୟାମସୁନ୍ଦରପୁର ଗଡା ସନ୍ନିକଟସ୍ଥ ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାର୍ଟିର ରାଜ୍ୟ ମୁଖପତାତ୍ର ତଥା ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସ ଅଧ୍ୟକ୍ଷତା କରି କହିଥିଲେ ଯେ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆମ୍ ଆଦମୀ ପାର୍ଟି ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ତା’ର ପ୍ରାର୍ଥୀ ପରିବର୍ତ୍ତନ କରିଛି । ପୂର୍ବରୁ ବୈବମନୁ ବେଉରା ଏହି ଆସନ ପାଇଁ ପ୍ରାର୍ଥୀ ଥିବା ବେଳେ ଏବେ ଇଂ ଦେବାଶିଷ ଦାଶଙ୍କୁ ନୂତନ ପ୍ରାର୍ଥୀ କରାଯାଇଛିି । ପାର୍ଟି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୨ଟି ମହାକାଳପଡ଼ା ଓ ପାଟକୁରା ବିଧାନସଭା କ୍ଷେତ୍ର ନିମନ୍ତେ ପ୍ରାର୍ଥୀ ଦେବାପାଇଁ ଘୋଷଣା କରାଯାଇଥିଲା । ସେହି ଅନୁଯାୟୀ ମହାକାଳପଡ଼ାରୁ ପୂର୍ବତନ ଛାତ୍ର ନେତା ତଥା ଦକ୍ଷ ଯୁବସଂଗଠକ ଏବଂ ଆମ୍ ଆଦମୀ ପାର୍ଟିର ମହାକାଳପଡ଼ା ଆବାହକ ବୈବମନୁ ବେଉରାଙ୍କୁ ଦଳ ପ୍ରାର୍ଥୀ କରିଥିଲା । କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଶ୍ରୀ ବେଉରା ତାଙ୍କର ପ୍ରାର୍ôଥତ୍ୱରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ ତାଙ୍କ ସ୍ଥାନରେ ଯୁବ ସମାଜସେବୀ ତଥା ୟୁଥ ଆଇକନ୍ ଏବଂ କେନ୍ଦ୍ରାପଡ଼ା ତଥା ମହାକାଳପଡ଼ା ମାଟିର ଗର୍ବ ଓ ଗୌରବ ଇଞ୍ଜିନିୟର ଦେବାଶିଷ ଦାଶଙ୍କୁ ଦଳ ମହାକାଳପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛି । ଶ୍ରୀ ଦାଶ ଛାତ୍ର ଜୀବନରୁ ମହାକାଳପଡ଼ାକୁ ସମୃଦ୍ଧ ଓ ସଶକ୍ତ କରିବା ପାଇଁ ସ୍ୱପ୍ନ ଦେଖିଥିଲେ ଓ ତାକୁ ସାକାର କରିବା ପାଇଁ ଏଯାବତ୍ କୌଣସି ରାଜନୈତିକ ମଞ୍ଚରେ ନ ରହି ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାକାଳପଡ଼ା ବାସୀଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟରତ ଅଛନ୍ତି । ନଇ,ନାଳ ଘେରା ସଦା ଅବହେଳିତ ମହାକାଳପଡ଼ାକୁ ଶିଳ୍ପ ସମୃଦ୍ଧ କରି ଯୁବକ, କୃଷକ ଓ ଖଟିଖିଆଙ୍କୁ ନ୍ୟାୟ ଦେବା ଆମ୍ ଆଦମୀ ପାର୍ଟିର ଲକ୍ଷ୍ୟ ଯେଉଁଥିରେ ଆମେ ଏକତ୍ରିତ ହୋଇ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଅବିଶ୍ରାନ୍ତ ଉଦ୍ୟମ ଜାରି ରଖିବ ବୋଲି ସଭାପତି ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ଓ ମହାକାଳପଡ଼ା ପ୍ରଭାରୀ ସୂର୍ଯ୍ୟକାନ୍ତ ପରିଡ଼ା, ଜିଲ୍ଲା ଉପସଭାପତି ଅପୂର୍ବ ରଞ୍ଜନ ସେଠୀ, ମହାକାଳପଡ଼ା ଆବାହକ ବୈବମନୁ ବେଉରା, ମହାକାଳପଡ଼ା ବିଧାନସଭା ପ୍ରାର୍ଥୀ ଇଂ ଦେବାଶିଷ ଦାଶ, ପାଟକୁରା ପ୍ରଭାରୀ କୁମୁଦ କୁମାର ରାଉତ, ଜିଲ୍ଲା କୋଷାଧ୍ୟକ୍ଷ ମହମ୍ମଦ ସାହିଲ୍ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading