ଗୋପ୍ତିରାରେ ଅଷ୍ଟମ ପ୍ରହର ନାମଯଜ୍ଞ ଓ ପିତା ମାତା ପୂଜନ



ପଟ୍ଟାମୁଣ୍ଡାଇ ତା ୮/୫-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗୋପ୍ତିରା ଗ୍ରାମରେ ଥିବା ସର୍ବପୁରାତନ ଗାଦିରେ ଗତ ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଵିଧିମତେ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା । କର୍ତ୍ତା ଭାବେ ରାଜକିଶୋର ଦାସ ସମସ୍ତ ନୀତିକ୍ରାନ୍ତି ସମ୍ପନ୍ନ କରିଥିଲେ । ପ୍ରଥମେ ଅଧିବାସ, ନାମ ଯଜ୍ଞ, ନଗର କୀର୍ତ୍ତନ କରାଯାଇଥିଲା। ଏଇ ଅବସରରେ ଶତାଧିକ ପିତା ମାତାଙ୍କୁ ପୂଜନ କରାଯାଇ ଆଶୀର୍ବାଦ ନିଆଯାଇଥିଲା । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜ, ସାଧନାର ସ୍ୱରୂପ ସମ୍ପାଦକ ଦେବବ୍ରତ ଦେବତା, ଉତିକଣ ଚାଷୀ ମୁଲିଆ ଆବାହକ ଭାସ୍କର ରାଉତରାୟ, ନିରାକାର ପଣ୍ଡା, ଜନକର ଦାସ, ପିତାମ୍ବର ରାଉତ, ଗୌରାଙ୍ଗ ରାଉତ,, କାଶୀନାଥ ଦାସ, ସୁରେନ୍ଦ୍ର ବେହେରା, ରବୀନ୍ଦ୍ର ପଲାଇ, ବିଘ୍ନେଶ୍ୱର ରାଉତ, ଉପେନ୍ଦ୍ର ସେଠୀ, ବିଷ୍ଣୁ ଚରଣ ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଇ ଅବସରରେ ଭଜନ ଜଣାଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରତ୍ୟହ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୋପ୍ତିରା ଗ୍ରାମବାସୀ ଓ ଯୁବଗୋଷ୍ଠୀ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading