ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ



କେନ୍ଦ୍ରାପଡ଼ା, ୮/୫: କେନ୍ଦ୍ରାପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟିର କେନ୍ଦ୍ରାପଡ଼ା ସହରସ୍ଥିତ ଦ ଡେଷ୍ଟିନେସନ କାକଟଠାରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳର ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡ଼ା ବିଧାନସଭା ସଂଯୋଜକ ଉପିନ ରାଉତଙ୍କ ସଂଯୋଜନାରେ କେନ୍ଦ୍ରାପଡ଼ା ନଗରର ଶତାଧିକ କର୍ମୀ ଭାରତୀୟ ଜନତା ପାର୍ଟିରେ ନିଜର ତନମନକୁ ନିୟୋଜିତ କରି ଆଗାମୀ ନିର୍ବାଚନରେ ବିପୁଳ ଭୋଟ ସଂଗ୍ରହ କରି ନରେନ୍ଦ୍ର ମୋଦିଙ୍କ ନାରା “ଅବ୍‌କି ବାର ୪୦୦ ପାର୍‌”କୁ ସଫଳ କରିବା ସହ ଓଡ଼ିଶାରେ ସରକାର କରିବାର ସଂକଳ୍ପ ନେଇଛନ୍ତି । ଏହି ଅବସରରେ କେନ୍ଦ୍ରାପଡ଼ା ସାଂସଦ ପାର୍ଥୀ ବୈଜୟନ୍ତ ପଣ୍ଡା ନିଜର ବକ୍ତବ୍ୟରେ ବିଜେପିର ଲକ୍ଷ୍ୟ, ଆଦର୍ଶ ଓ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶଧାରାରେକୁ ସାକାର କରିବା ନିମନ୍ତେ ସମସ୍ତେ ଏକାଠି ହୋଇ ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାର କରିବା ସହ ଦୁଇଟି ଭୋଟ୍ ପଦ୍ମ ଫୁଲରେ ଦେବା ସହ ଓଡ଼ିଶାର ଦୁଇଗୁଣ ବିକାଶରେ ଭାଗିଦାରୀ ହେବା ନିମନ୍ତେ କହିଥିଲେ । ଏହି ଅବସରରେ କେନ୍ଦ୍ରାପଡ଼ା ବିଧାନସଭା ପାର୍ôଥନୀ ଗୀତାଞ୍ଜଳୀ ସେଠୀ ନିଜର ବକ୍ତବ୍ୟରେ ଏକାଠି ହେବା ସଂଗଠିତ ହୋଇ କେନ୍ଦ୍ରାପଡ଼ାର ବିକାଶ ଓ ମହିଳାଙ୍କ ବିକାଶ, ଅବହେଳିତ, ଲାଞ୍ଛିତ ବିଜେଡି ସରକାର କବଳରୁ କେନ୍ଦ୍ରାପଡ଼ାକୁ ସୁରକ୍ଷିତ ନିମନ୍ତେ ଗୋଟେ ଗୋଟେ ଯୋଦ୍ଧା ସାଜିବା । ଏହି କାର୍ଯ୍ୟକ୍ରମରେ ବିଧାନସଭା ପ୍ରଭାରୀ ବିନୋଦ ଦାସ, ଲୋକସଭା ସଂଯୋଜକ ସୁନାକର ବେହେରା, ବିଧାନସଭା ପରିଚାଳନା ଟିମ୍‌ର ସଚିଦାନଦ ବେହେରା, ନିର୍ବାଚନ ପରିଚାଳନା ସହଯୋଗୀ ସୁରଥ ସେଠୀ ଉପସଂଯୋଜକ ଚନ୍ଦନ ପାତ୍ର, ଜିଲ୍ଲା ଉପସଭାପତି ଅଭିମନ୍ୟୁ ଗୋଛାୟତ, ନଗର ସଭାପତି ପ୍ରମୋଦ ମହାନ୍ତି, ସଲିମ୍ ଖାଁ, ବିନୋଦ ବେହେରା, ନେହେରୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading