ଜାତୀୟ ଆଧ୍ୟାମିôକ ନୃତ୍ୟ କର୍ମଶାଳା



କେନ୍ଦ୍ରାପଡା ୧୮/୫- ଗତ ଶୁକ୍ରବାର ସ୍ଥାନୀୟ ଗୁହାଳସିଂସ୍ଥିତ ଜ୍ୟୋତିର୍ମୟୀ ମହିଳା ସମିତି ଭବନରେ ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡେମୀ ଓ ଗବେଷଣା କେନ୍ଦ୍ର, ଶ୍ରୀ ବଳଦେବଜୀଉ ଏକାଡେମୀ ଅଫ୍ ଡ୍ରାମା ଆଣ୍ଡ କଲ୍‌ଚର, ଉଷାରାଣୀ ଗୀତିନାଟ୍ୟ ପରିଷଦ ଓ ସଙ୍ଗୀତ ସଦନ,ଭୂବନେଶ୍ୱରର ସ୍ୱର୍ଣ୍ଣାଞ୍ଚଳ ସଂସ୍କୃତିକ ଅନୁଷ୍ଠାନ, ଜ୍ୟୋର୍ତିମୟୀ ମହିଳା ସମିତି ତଥା ଜିଲ୍ଲା ଜହ୍ୱାର ବାଲ ଭବନର ଉଦ୍ୟମରେ “ଜାତୀୟ ଆଧ୍ୟାତ୍ମିକ ନୃତ୍ୟ କର୍ମଶାଳା” ଅଭିରାମ ନାୟକଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନ୍ତର୍ଜାତିକ ସ୍ତରର ନୃତ୍ୟଗୁରୁ ତଥା ସହକାରୀ ପ୍ରାଧ୍ୟାପିକା ଡ. ରଶ୍ମିରେଖା ଦାସ, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ, କଟକ ମୁଖ୍ୟଅତିଥି ତଥା ଓଡିଶୀ ନୃତ୍ୟ ବିଶେଷଜ୍ଞ ହିସାବରେ ଯୋଗଦେବା ସହ ସମ୍ମାନନୀୟ ଅତିଥି ଭାବେ ଯୋଗଗୁରୁ ଓ ପ୍ରାଧ୍ୟାପକ ଶ୍ରୀ ସନ୍ତୋଷୀ, ଡ. ଗିରୀଶ ଚନ୍ଦ୍ର ପାତ୍ର, ପଣ୍ଡିତ ହୃଷିକେଶ ରଥ, ଜିତେନ୍ଦ୍ର କୁମାର ମହାନ୍ତି, ପ୍ରଭାତ କୁମାର ସିଂହ ଯୋଗଦେଇ ଓଡିଶୀ ନୃତ୍ୟର ସୃଷ୍ଟି ଏବଂ ଏହାର ଆଧ୍ୟାତ୍ମିକତା ସହ ସଂଯୋଗତା ଉପରେ ମତ ସାବ୍ୟସ୍ତ କରିଥିଲେ । ଏହି କର୍ମଶାଳାର ବିଷୟବସ୍ତୁ ଥିଲା “ଭକ୍ତି ଯୋଗରେ ଓଡିଶୀ ନୃତ୍ୟର ଭୂମିକା ଓ ବୃତ୍ତିଗତ ଡିଗ୍ରୀ ହାସଲର ଉପାଦେୟତା” ନୃତ୍ୟଶିଳ୍ପୀ ତପସ୍ୱିନୀ ନାୟକ, କର୍ମଶାଳା ପ୍ରାରମ୍ଭରେ ଗୁରୁ ବନ୍ଦନା ଓଡିଶୀ ନୃତ୍ୟ ପରିବେଷଣ କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଓଡିଶୀ ନୃତ୍ୟରେ ଡିପ୍ଲୋମା କୋର୍ସ କେନ୍ଦ୍ରାପଡାରେ ଖୋଲି ତାଲିମ ଦେବା ନିମିତ୍ତ ପ୍ରତିଶ୍ରୁତି ଦେଇଥିଲେ । ଏହି ସଭାରେ ଆକାଶବାଣୀ ନାଟ୍ୟ କଳାକାର ଚିତ୍ତରଞ୍ଜନ ଦାସ, ଅକ୍ଷୟ କୁମାର ସେନାପତି, ପୂର୍ଣ୍ଣିମା ତ୍ରିପାଠୀ, ସୁନୀତା ସାହୁ, ଶିବାନୀ ଯୋଗଦେବା ସହ ଦୁଇ ଶହରୁ ଉର୍ଦ୍ଧ୍ୱ ନୃତ୍ୟଶିଳ୍ପୀ ଓ କଳାକାରମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ଶେଷରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ଉପାୟନ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅନ୍‌ଲାଇନ୍‌ରେ ଏକଶହରୁ ଉର୍ଦ୍ଧ୍ୱ ନୃତ୍ୟଶିଳ୍ପୀ ଏହି କର୍ମଶାଳରେ ଭାଗ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading