ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରାଙ୍କୁ ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧନା



କେନ୍ଦ୍ରାପଡ଼ା ୯/୬: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ନବନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା ପହଞ୍ôଚ ଶିକ୍ଷକ ନେତାମାନଙ୍କ ସହିତ ସୋହାର୍ଦ୍ଧପୂର୍ଣ୍ଣ ଆଲୋଚନା କରିଥିଲେ । ଏହି ଅବସରରେ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ସମ୍ବନ୍ଧୀୟ ବିବିଧ ସମସ୍ୟା ଉପରେ ଶିକ୍ଷକ ନେତାମାନେ ଆଲୋଚନା କରିଥିଲେ । ଓଷ୍ଟା ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରା, ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକ, ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ଜିଲ୍ଲା ଉପସଭା ନେତ୍ରୀ ଅନ୍ନପୂର୍ଣ୍ଣା ସାହୁ, କାର୍ଯ୍ୟକାରିଣୀ ସଦସ୍ୟା ସରୋଜିନୀ ସ୍ୱାଇଁ, ବ୍ଲକ ସମ୍ପାଦକ ଭଗବାନ ସାହୁ, ବାବାଜୀ ଚରଣ ଦାସ, ଯୁଗ୍ମ ସମ୍ପାଦକ ରାଜକିଶୋର ନାୟକ, ଶିକ୍ଷକ ନେତା ବଟକୃଷ୍ଣ ସାମଲ, ନିରାକାର ସାମଲ, ପ୍ରିୟରଞ୍ଜନ ବିଶ୍ୱାଳ, ସରୋଜକାନ୍ତ ଜେନା, ପ୍ରଧାନ ଶିକ୍ଷିକା ମଧୁଛନ୍ଦା ଶର୍ମା, ମୋନାଲିସା ସିଂହ, ପ୍ରଭାତନଳିନୀ ସାମଲ ପ୍ରମୁଖ ଉପସ୍ଥିତ ରହି ବିଧାୟକ ବେହେରାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ପବିତ୍ର ବିଧାନସଭାରେ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ସମ୍ବନ୍ଧୀୟ ବିବିଧ ସମସ୍ୟା ଗୁଡିକୁ ଗଠନାତ୍ମକ ଧାରାରେ ଉପସ୍ଥାପନ କରିବା ସହ ସମାଧାନ କରିବାକୁ ପ୍ରୟାସ ଜାରି ରଖିବି ବୋଲି ଶ୍ରୀ ବେହେରା କହିଥିଲେ ।


Next Post

ବିଧାନସଭାରେ ବିଜୟ ପାଇଁ କେନ୍ଦ୍ରାପଡା ପୌରାଞ୍ଚଳରେ ପଦଯାତ୍ରା

Sun Jun 9 , 2024
କେନ୍ଦ୍ରାପଡ଼ା ୭/୬: କେନ୍ଦ୍ରାପଡା ପୌରାଞ୍ଚଳରେ ନବ ନିର୍ବାଚିତ ବିଧାୟକ ବିଜେଡି ନେତା ଗଣେଶ୍ୱର ବେହେରାଙ୍କ ସମେତ ପୌର ପ୍ରତିନିଧି ଓ କର୍ମୀମାନଙ୍କ ସହ ରବିବାର ଅପରାହ୍ନ ୪ଟା ସମୟରେ ପଦଯାତ୍ରା କରି ଭୋଟ ଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପଦଯାତ୍ରା ତିନିମୂହାଣୀ ରାମମନ୍ଦିର ପରିସରରୁ ବାହାରି ନୂଆବସଷ୍ଟାଣ୍ଡ, କାକଟ, ବଡହାଟ, ପୁରୁଣା ବସଷ୍ଟାଣ୍ଡ, ସାନ୍ତସାହି ଦେଇ ବଳଦେବ ଜୀୟୁଙ୍କ ମନ୍ଦିରରେ ଶେଷ ହୋଇଥିଲା । ସହରର ପ୍ରତ୍ୟେକ ମୁଖ୍ୟ […]

KANIKA