ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ


କେନ୍ଦ୍ରାପଡା, ୨୭/୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ନେତାଜୀ ମଡେଲ ସ୍କୁଲ ପରିସରରେ ନକୁଳ ଚରଣ ଦାସଙ୍କ ସ୍ମୃତି କମିଟି ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଭୂଦାନ କର୍ମୀ ନକୁଳ ଚରଣ ଦାସଙ୍କର ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳୀ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସ୍ୱର୍ଗତ ଦାସ ଜଣେ ପ୍ରକୃତ ଲଢୁଆ ସଂଗ୍ରାମୀ ଥିଲେ । ସର୍ବୋଦୟ ଭୂଦାନ ଆନ୍ଦୋଳନରେ ସେ ନିଜକୁ ଉତ୍ସର୍ଗ କରିବା ସହିତ ଭାରତଛାଡ ଆନ୍ଦୋଳନରେ ଯୋଗଦାନ କରି ବହୁ ଦୁଃସାହସିକ କାର୍ଯ୍ୟ କରିଥିଲେ । ସେ ଜଣେ ନିଷ୍ଠାପର ଗାନ୍ଧୀବାଦୀ ମଣିଷ । ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ଅଜୟ କୁମାର ସାମଲ, ଗୟାଧର ଧଳ, ଧିରେନ କୁମାର ସାହୁ, ପାର୍ବତୀ ନାୟକ, ରାଜେଶ ପଣ୍ଡା, କରୁଣାକର କର, ମୁକ୍ତାର ଖାଁ, କୁଳମଣୀ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନାବଳୀ ଉପରେ ଆଲୋକପାତ କରିଥିଲେ । ସେମାନେ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମୀ ସଂଗଠନର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରି ୧୫୦ତମ ଗାନ୍ଧି ଜୟନ୍ତି କମିଟିର ସେ ଥିଲେ ମଙ୍ଗୁଆଳ । ସମାଜ ପାଇଁ ତାଙ୍କ ପ୍ରତି ରକ୍ତବିନ୍ଦୁ ଉତ୍ସର୍ଗ କରିଥିଲେ । ବିପ୍ଳବୀ ନକୁଳ ଦାସ କେନ୍ଦ୍ରାପଡାର ବହୁମୁଖୀ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ଥିଲେ ବୋଲି କହିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜୁ କୁବେର, କରୁଣାକର ସାହୁ, ସନାତନ ଚୌଧୁରୀ, ସରୋଜ କୁମାର ସାହୁ, ରବିନ୍ଦ୍ର ସାହୁ, ମହେନ୍ଦ୍ର ସାହୁ, ପ୍ରିୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading