କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ସଂଘ , ବିଧାୟକ ଗଣେଶ୍ୱର ବେହେରାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ସଂଘ , ବିଧାୟକ ଗଣେଶ୍ୱର ବେହେରାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୨୮/୬: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରାଙ୍କୁ ତାଙ୍କର ଗରାପୁରସ୍ଥିତ ବାସ ଭବନରେ ଭେଟି ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଂଘର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରିଥିଲେ । ସଂଘର ସଭାପତି ଅଜୟ କୁମାର ମହାନ୍ତିଙ୍କ ସମେତ ଅକ୍ଷୟ କୁମାର ନାୟକ, ରବିନ୍ଦ୍ର କୁମାର ବାରିକ, ପ୍ରହଲ୍ଲାଦ ମଲ୍ଲ, କିଶୋରକାନ୍ତ ପରିଡା, କୈଳାସ ଚନ୍ଦ୍ର ସ୍ୱାଇଁ, ଆକବର ଅଲ୍ଲୀ, ଦେବେନ୍ଦ୍ର କୁମାର ମହାନ୍ତି, ନିମାଇଁ ମହାନ୍ତି, ପରମାନନ୍ଦ ସେଠୀ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।