ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସିଟୁର ସ୍ମାରକପତ୍ର


କେନ୍ଦ୍ରାପଡ଼ା, ୧୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ସିଟୁ ପକ୍ଷରୁ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଆଜି ପ୍ରଦାନ କରାଯାଇଛି । ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟର ଶ୍ରମଜୀବୀ ଲୋକଙ୍କର ଆଶୁ ଓ ମୈାଳିକ ସମସ୍ୟାର ସମାଧାନ ପାଇଁ ସମସ୍ତ ପ୍ରକାର ଉଦ୍ୟମ ମୁଖ୍ୟମନ୍ତ୍ରୀ କରିବେ । ରାଜ୍ୟର ସମୁଦାୟ ଶ୍ରମଜୀବୀ ଜନସଂଖ୍ୟାର ୯୦ ପ୍ରତଶତରୁ ଉର୍ଦ୍ଧ୍ୱ ଯେଉଁମାନେ ବିଭିନ୍ନ ଘରୋଇ କଳ, କାରାକାନା, ଶିଳ୍ପ, ଖଣିଖାଦାନ, ପୈାରସଂସ୍ଥାର ସେବା କ୍ଷେତ୍ରରେ କାମ କରୁଛନ୍ତି । ସେମାନଙ୍କ ଦୈନନ୍ଦିନ ସମସ୍ୟା ଓ ସର୍ବନିମ୍ନ ମଜୁରୀ ଠାରୁ ଆରମ୍ଭ କରି ଶ୍ରମ ଆଇନ ଅନ୍ତର୍ଗତ ସମସ୍ତ ଆଇନଗତ ସୁବିଧା ପାଇବାରୁ ଶ୍ରମିକମାନେ ଯେଭଳି ବଞ୍ଚିତ ନହୁଅନ୍ତି । ଏଥିସହିତ ସେମାନଙ୍କ ସ୍ମାରକପତ୍ରରେ ଥିବା ଦାବି ଗୁଡିକ ମଧ୍ୟରେ ରାଜ୍ୟରେ ବନ୍ଦ ଥିବା ସମସ୍ତ କଳ କାରାଖାନାକୁ ଖୋଲାଯିବା ସହ ସେସବୁରୁ ଛଟେଇ ହୋଇଥିବା ଶ୍ରମିକ ତଥା ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ, ଦରବୃଦ୍ଧି ନିୟନ୍ତ୍ରଣ, ଶ୍ରମକୋର୍ଡ ପ୍ରତ୍ୟାହାର କରାଯାଇ ପୁରୁଣା ଶ୍ରମ ଆଇନର ପ୍ରଚଳନ, ଜାତୀୟ ମୁଦ୍ରିକରଣ ପାଇପ୍ ଲାଇନ ଓ ଘରୋକରଣ ବନ୍ଦ କରାଯିବା, ଶ୍ରମିକଙ୍କ ସର୍ବନିମ୍ନ ମଜୁରି ମାସିକ ୨୬ହଜାର ଟଙ୍କା କରାଯିବା, ଠିକାଦାର ବଦଳିଲେ ବି ଠିକା ଶ୍ରମିକ ନିଯୁକ୍ତି ଗ୍ୟାରେଣ୍ଟି କରାଯିବା ପ୍ରଭୃତି ୨୦ଦଫା ଦାବି ରହିଛି । ଜିଲ୍ଲା ସିଟୁ ସମନ୍ୱୟ କମିଟିର ସଂଯୋଜକ ଜଗତଜୀବନ ଦାଶ, ମାଧବ ଦାସ, ଅକ୍ଷୟ କୁମାର ତରାଇ, ଧୀବର କୁମାର ବେହେରା, ନିତ୍ୟାନନ୍ଦ ମହାକୁଳ, ସୁରେନ୍ଦ୍ର ରାଉତ, ଅଶୋକ ନାଥ, ମାନଭଞ୍ଜନ ତ୍ରିପାଠୀ, ନିରାକାର ସାହୁ, ରତ୍ନାକର ମଳିକ, ଅଦୈତ୍ୟ ପ୍ରସାଦ ମଲିକ, ଶାରଦା ପ୍ରସାଦ ସାହୁ, ସ୍ନେହଲତା ଗାହାଣ, ଦିପ୍ତିମୟୀ ବେହେରା, ସୁଷମା ପଣ୍ଡା, ସତ୍ୟଭାମା ସାହୁ, ନିର୍ମଳା ସିଂହ, ମହେଶ୍ୱର ପରିଡା, ବିମଳା ମହାଳିକ, ବିନୟ କୁମାର ମଲିକ, ଅସିତ ମିର୍ଦ୍ଧା, ଗୈାତ୍ତମ ଦାସ, ରାଜେଶ ଖଲ୍ଲାର, ଦୀପକ ମଣ୍ଡଳ ପ୍ରମୁଖ ମୁଖ୍ୟ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading