ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ବିରକ୍ତି ପ୍ରକାଶ କଲେ ସାଂସଦ ପ୍ରତିନିଧି


ପଟ୍ଟାମୁଣ୍ଡାଇ ୧୮/୯ – ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଗୁରୁବାର ୩ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ସଭାପତିତ୍ୱ କରିଥିଲେ। ବୈଠକରେ କେନ୍ଦ୍ରାପଡ଼ା ସାଂସଦ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରତିନିଧି ଶଶିକାନ୍ତ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ତାଙ୍କ ଅଭିଭାଷଣରେ ସମସ୍ତଙ୍କୁ ସ୍ବାଗତ କରିବା ସହିତ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ବିରକ୍ତ ପ୍ରକାଶ କରିଥିଲେ। ଉନ୍ନତ ମାନର ଛତୁଆ ଯୋଗାଣ, ସ୍ୱଚ୍ଛ ଭାରତ ଅଭିଯାନରେ ଅନିୟମିତତାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ବେଳେ କ୍ଷତିଗସ୍ତ ରାସ୍ତା ମରାମତିର ତଦାରଖ କରିବାକୁ କହିଥିଲେ । ବିଭିନ୍ନ ପଂଚାୟତରେ ପ୍ରକୃତ ହିତାଧିକାରୀଙ୍କୁ ଖାଦ୍ୟ ଶୁରକ୍ଷା ଯୋଜନାରେ ସାମିଲ କରିବା ସହ ଶିକ୍ଷକ ଓ ଡାକ୍ତର ନିଯୁକ୍ତି ଓ ପାନୀୟ ଜଳ ସମସ୍ୟା ଦୂର ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଥିଲେ ।


Next Post

ଜବରଦଖଲରେ ଗାଁ ରାସ୍ତା, ପ୍ରତିକାର ପାଇଁ ତହସିଲଦାରଙ୍କୁ ନିବେଦନ

Thu Jul 18 , 2024
ପଟ୍ଟାମୁଣ୍ଡାଇ ୧୮/୭ -ଜବରଦଖଲ ଯୋଗୁଁ ଗାଁ ଗଳି ରାସ୍ତା ଏବେ ସଂକିର୍ଣ୍ଣ ହୋଇଯାଇଛି । ଫଳର ଲୋକେ ରାସ୍ତା ଦେଇ ଯାତାୟତ କରିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାନବାହାନ ଗାଁ ଭିତରକୁ ଯିବାରେ ସମସ୍ୟା ସୃଷ୍ଟି ହେଉଛି ।କୌଣସି ଆପାତକାଳୀନ ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ । ତେଣୁ ତୁରନ୍ତ ଜବରଦଖଲରେ ଥିବା ରାସ୍ତକୁ ଜବରଦଖଲ ମୁକ୍ତ କରିବା ପାଇଁ ଗୁରୁବାର ପଟ୍ଟାମୁଣ୍ଡାଇ ପୌରାଂଚଳ ୱାର୍ଡ ନଂ-୯ […]

KANIKA