କେନ୍ଦ୍ରାପଡା କଲେଜ ଚୋରି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେଉ


କେନ୍ଦ୍ରାପଡା, ୨୦ା୭: ଗତ ଜୁଲାଇ ୧୮ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧ୍ୟକ୍ଷ ଡ. ଅଭିଜିତ ଜେନାଙ୍କ ସହ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଆଲୋଚନା କରିଥିଲେ । ଦୀର୍ଘ ୨ଘଣ୍ଟା ବ୍ୟାପି ଆଲୋଚନାରେ ସେ କଲେଜ ପରିସରରୁ ଏସି ଚୋରି ଘଟଣା ସମ୍ପର୍କରେ ଅବଗତ ହେବା ସହ ଉଦ୍‌ବେଗ ପ୍ରକାଶ କରିଥିଲେ । ଏକାଧିକ ଚୋରି ଘଟଣାରେ ଦୁଇ ଦୁଇଥର ଗିରଫ ହୋଇଥିବା ଇଲେକ୍ଟ୍ରିସିଆନଙ୍କୁ ପୁନର୍ବାର ନିଯୁକ୍ତି ନଦେବାକୁ ଅଧ୍ୟକ୍ଷଙ୍କ ଜରିଆରେ ପରିଚାଳନା ପରିଷଦକୁ ଜଣାଇଥିଲେ । ଏହି ଦୁର୍ଭାଗ୍ୟଜନକ ଘଟଣାରେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିବାରୁ ଓ ଏଥିରେ ଇଲେକ୍ଟ୍ରିସିଆନଙ୍କ ବ୍ୟତୀତ କଲେଜର ଆଉ କେତେକ କର୍ମଚାରୀଙ୍କ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ହେଉଥିବାରୁ ଏହାର ପର୍ଦ୍ଦାଫାସ ପାଇଁ ଚୋରି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଏତଦ୍‌ବ୍ୟତୀତ କଲେଜକୁ ଅଟୋନମସ୍ ସ୍ୱୀକୃତି କିପରି ଶୀଘ୍ର ଫେରିପାରିବ ଓ କଲେଜ କିପରି ନାକ୍ ଆକ୍‌ଡିସନ ପାଇବ ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ ଅଧ୍ୟକ୍ଷଙ୍କ ପରାମର୍ଶ ନେଇଥିଲେ । ନିୟମିତ ଭାବରେ ପ୍ରତିବର୍ଷ କଲେଜର +୨ ଓ +୩ର ସମସ୍ତ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗରେ ଭଲ ପ୍ରଦର୍ଶନ ହେଉଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇଥିଲେ । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଭଳି ରାଜ୍ୟର ସବୁଠାରୁ ବଡ ବେସରକାରୀ ମହାବିଦ୍ୟାଳରେ ଜଣେ ସ୍ୱୟଂ ସମ୍ପୂର୍ଣ୍ଣ ଅଧ୍ୟକ୍ଷ ନିଯୁକ୍ତି ଦେବାକୁ ଶ୍ରୀ ବେହେରା ରାଜ୍ୟ ସରକାରଙ୍କୁ ମଧ୍ୟ ଦାବି କରିଛନ୍ତି ।

 


Discover more from

Subscribe now to keep reading and get access to the full archive.

Continue reading