ମାହାରାକୂଳ – ମାର୍ଶାଘାଇ କେନାଲ ବନ୍ଧ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ


କେନ୍ଦ୍ରାପଡ଼ା, ୨୨ା୭: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ କେନାଲ ବନ୍ଧ ରାସ୍ତାର ଦୁଧିଆ ଠାରୁ କଳପଡା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ନିମନ୍ତେ ଜଳସେଚନ ବିଭାଗ ପକ୍ଷରୁ ୨୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ସେହି ପ୍ରକଳ୍ପରେ ଦୁଧିଆ ଠାରୁ ବଳରାମପୁର ପର୍ଯ୍ୟନ୍ତ ନିର୍ମିତ କେନାଲ ବନ୍ଧ ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଉତ୍ତମ ଚରଣ ଦାସ, ରାଜକିଶୋର ମହାନ୍ତି, ଶୁକଦେବ ଦାସ, ସନ୍ଦିପ ସ୍ୱାଇଁ, ରାଜୀବ ନାୟକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଦୁଧିଆ ଠାରୁ ବଳରାମପୁର ପର୍ଯ୍ୟନ୍ତ ନିର୍ମିତ କେନାଲ ବନ୍ଧ ରାସ୍ତାରେ ନିର୍ମାଣର ମାତ୍ର ୩/୪ମାସ ଭିତରେ ଖାଲଖମାରେ ଭର୍ତ୍ତି ହୋଇଯାଇଛି । ଅତ୍ୟନ୍ତ ନିମ୍ନମାନର ରାସ୍ତା କାର୍ଯ୍ୟ ହୋଇଥିବା ଯୋଗୁଁ ଲୋକମାନେ ସେହି ରାସ୍ତାରେ ଯାତାୟତରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading